ମାଲକାନଗିରି,ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତରେ ଡ୍ରେନଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି!ଫଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନ ପାଣି ରାସ୍ତା ଉପରେ ଲହଡି ମାରୁଛି!ଚିତ୍ରକୋଣ୍ଡା ଅଞ୍ଚଳରେ ଡ୍ରେନେଜ ସୁବିଧା ଅତି ଶୋଚନୀୟ ଯାହା ଫଳରେ ଟିକିଏ ବର୍ଷା ହେଲେ ଡ୍ରେନ ଗୁଡିକରେ ପାଣି ଭର୍ତି ହୋଇ ଯାଉଛି । ଡ୍ରେନରେ ଥିବା ଅଳିଆ ଆବର୍ଜନା ସହ ପାଣି ମିଶି ରାସ୍ତା ଉପରେ ଭାଷିବା ସହ ଲୋକଙ୍କ ଘର ଭିତରେ ପଶୁଛି । ଲୋକ ମାନଙ୍କ ଯାତାୟତ ପାଇଁ ମଧ୍ୟ ସମସ୍ୟା ଉପୁଜୁଛି । ତେବେ ଡ୍ରେନ ଗୁଡିକର ମରାମତି କେବେ ହବ ଓ ପ୍ରଶାସନର ନଜର କେବେ ପଡିବ ତାହା ଦେଖିବାକୁ ବାକି ରହିଲା ।
Related Stories
November 24, 2024
November 24, 2024