ମାଲକାନଗିରି,ମାଲକାନଗିରି ଜିଲ୍ଲା ଡି.ଆର.ଡି.ଏ କାର୍ଯ୍ୟାଳୟରେ ମହିଳା ମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୭ ଗୋଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠି ଙ୍କୁ ଚୟନ କରି ମୋଟ ୪୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ମହିଳାଙ୍କ ବିକାଶ ଏବଂ ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିବା ବେଳେ ସ୍ଵଂୟ ସହାୟକ ଗୋଷ୍ଠି ମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଏବଂ ସ୍ଵଳ୍ପ ସୁଦ୍ଧରେ ଋଣ ପ୍ରଦାନ କରୁଛନ୍ତି । ଫଳରେ ଅନେକ ମହିଳା ବର୍ତ୍ତମାନ ସ୍ଵାବଲମ୍ବୀ ହୋଇ ପାରିଥିବା ସହ ନିଜ ଘରର ଆର୍ଥିକ ସ୍ଥିତିକୁ ସୃଦୁଢ ମଧ୍ୟ କରିଛନ୍ତି । ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ମହିଳାଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଋଣ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୧୭ ଗୋଟି ମହିଳା ସ୍ଵଂୟ ସହାୟକ ଗୋଷ୍ଟି ଙ୍କୁ ଡି.ଆର.ଡି.ଏ କାର୍ଯ୍ୟାଳୟ ପରିସରରେ ସ୍ଵାବଲମ୍ବୀ ହେବା ନିମନ୍ତେ ଋଣ ପ୍ରଦାନ କରାଯାଇଛି । ଇଣ୍ଡିଆ ବ୍ୟାଙ୍କ ମାଲକାନଗିରି ଶାଖା ପକ୍ଷରୁ ମୋଟ ୪୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ଏହାକୁ ବିନିମୟ କରି ମହିଳା ମାନେ ଯେଭଳି ରୂପେ ରୋଜଗାରକ୍ଷମ ହୋଇ ପାରିବେ ସେ ନେଇ ସେମାନଙ୍କ ସହ ଆଲୋଚନା କରାଯାଇଛି । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି – ୮୫ ଗ୍ରାମର ଶାନ୍ତି ମାତା ସ୍ଵୟଂ ସହାୟକ ଗୋଷ୍ଠିକୁ ସର୍ବାଧିକ ୧୦ ଲକ୍ଷ ଟଙ୍କାର ଋଣ ଏକ ସି ଲେଇ କେନ୍ଦ୍ର କରିବା ପାଇଁ ପ୍ରଦାନ କରାଯାଇଛି । ଏହି ଅବସରରେ ମାଲକାନଗିରି ପି.ଡି.ଡି.ଆର.ଡି.ଏ ବାଳ ମୁକୁନ୍ଦ ଭୂୟାଁ , ଓ.ଏଲ.ଏମ ଅଧୁକାରୀ ପବିତ୍ର ମୋହନ ବାରାହା , ବ୍ୟାଙ୍କ ପରିଚାଳକ ଓ ମିଶନ୍ ଶକ୍ତିର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ଆର୍ଥିକ ସହାୟତା ପାଇଁ ଏହି ମହିଳାସ୍ୱୟଂ ସହାୟକା ଗୋଷ୍ଠି ର ସଦସ୍ୟ ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Related Stories
November 24, 2024
November 24, 2024