ବଲାଙ୍ଗିର ,ଯେଉଁ ସମୟରେ ପୃଥିବୀର ଅନେକ ଭାଷା ଲୋପ ପାଇ ବସୁଛି, ସେହି ସମୟରେ ଦିନକୁ ଦିନ ଆହୁରି ଉଦଭାସିତ ହେଉଛି କୋଶଲୀ ସମ୍ବଲପୁରୀ ଭାଷା । କବି ଲେଖକମାନେ ଅଂଚଳର ସଂସ୍କୃତି ପରମ୍ପରା ଐତିହ୍ଯକୁ ନେଇ ସୃଷ୍ଟି କରିଚାଲିଛନ୍ତି ସାହିତ୍ଯ, ଉପଭାଷାର ଶିକୁଳିକୁ ଛିଣ୍ଡାଇ ସମ୍ବିଧାନର ଅଷ୍ଟମ ସୂଚୀରେ ଭାଷାକୁ ସାମିଲ କରିବାର ଦାବି ଓ ପ୍ରଚେଷ୍ଟା ଜୋର୍ ଧରିଛି। ଭାଷାର ମାଧୁର୍ଯ୍ୟ ଏବେ ଖାଲି ଦେଶରେ ନୁହଁ ବିଦେଶରେ ମଧ୍ଯ ଲୋକଙ୍କୁ ଆକର୍ଷିତ କଲାଣି । ଆଉ ଏ ଭିତରେ ଯୁବ କବି ସୁଜିତ କୁମାର ସତପଥିଙ୍କ କବିତା ସଂକଳନ “ନୁରା” କେନ୍ଦ୍ର ସାହିତ୍ଯ ଅକାଦେମୀ, ନୂଆଦିଲ୍ଲୀର ଲାଙ୍ଗୁଏଜ୍ ଡେଭେଲପମେଣ୍ଟ ବୋର୍ଡ ଦ୍ବାରା ଅନୁମୋଦିତ ହୋଇ ପ୍ରକାଶିତ ହୋଇସାରିଛି ଏବଂ ଆଉ ଗୋଟେ ପାଦ ଆଗେଇଛି ଭାଷାର ସ୍ବୀକୃତିର । ଚଳନ୍ତି ସମୟର ଆଶ୍ବାସନା ସହ ହଜିଯାଇଥିବା ସମୟର ପ୍ରତିଶୃତିକୁ ମାନବିକତା ଓ ମନସ୍ତାତ୍ତ୍ବିକ ଦୃଷ୍ଟିରେ ଖୋଜି ପ୍ରକାଶିତ କରୁଥିବା ଏଇ ସଂକଳନଟି ଭାଷା ସାହିତ୍ଯରେ ଗୋଟେ ମାଇଲଖୁଣ୍ଟ ହେବାର ଦୃଢ ଆଶା ପୋଷଣ ତଥା ଆଲୋଚନା କରୁଛନ୍ତି ଅଂଚଳର ବୁଦ୍ଧିଜୀବୀ, କବି ଓ ଲେଖକମାନେ । ପ୍ରକାଶିତ ଥାଉ କି ପୂର୍ବରୁ କବି ସୁଜିତଙ୍କର କେନ୍ଦ୍ର ସାହିତ୍ଯ ଅକାଦମୀର ନବୋଦୟ ଯୋଜନା – 2015 ରେ ମନୋନୀତ ଓ ପ୍ରକାଶିତ “ଇଚ୍ଛାଭାଟି” ସହ, “ଚତୁର୍ଥ ପୁରୁଷ”, “ଶବ୍ବରେ ଶବ୍ବରେ”, “ଛୁଟିଦେବା ସମୟକୁ” ଆଦି କବିତା ସଂକଳନ ଓ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ ” ଆଲୋଚନା ପୁସ୍ତକଟି ବେଶ ପାଠକୀୟ ସ୍ବୀକୃତି ପାଇସାରିଛି ।
Related Stories
November 24, 2024
November 24, 2024