ମାଲକାନଗିରି,ବର୍ତମାନ ରାଜ୍ୟ ସରକାର ୫ ଟି ଯୋଜନାରେ ବିଦ୍ୟାଳୟ ଗୁଡିକୁ ସାମିଲ କରି ଉନ୍ନତ ମାନର ଶିକ୍ଷାଦାନ କରାଯାଉଥିବା ର ଡିଣ୍ଡିମା ପିଟୁଥିବା ବେଳେ ଏହାର ବିକଳ ଚିତ୍ର ଦେଖିବା କୁ ମିଳିଛି ମାଲକାନଗିରି ଜିଲ୍ଲା ରେ । ଏହି ଜିଲ୍ଲା ରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟ ମାନଙ୍କ ରେ ଦୀର୍ଘ ୧ ୨ ବର୍ଷ ରୁ ଅଧିକ ସମୟ ଧରି ଶିକ୍ଷକ ମାନେ କାର୍ଯ୍ୟ କରୁଛନ୍ତି।ଏହା ଦ୍ବାରା ବିଦ୍ୟାଳୟରେ ଉକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କ ର ପାଠ ପଢା ରେ ଧ୍ୟାନ ନ ଦେଇ ବିଭିନ୍ନ ପ୍ରକାର ର ରାଜନୀତି କରୁଛନ୍ତି କିନ୍ତୁ ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ସରକାର ଙ୍କ କୌଣସି ନିଘା ନଥିବା ଅଭିଯୋଗ ହେଉଛି । ଏପରି ଏହି ବିଭାଗ ରେ ୨ 0୧ ୧ ମସିହାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ପ୍ରାୟ ୯ ୯ ଜଣ ନିୟମିତ ହେବା ପରେ ମଧ୍ୟ ସରକାରୀ ନିୟମ ଅନୁଯାୟୀ ସେମାନଙ୍କ ବଦଳୀ ଆଜି ପର୍ଯ୍ୟନ୍ତ ହୋଇ ନାହିଁ! ଶିକ୍ଷା ବିଭାଗରେ ପ୍ରତିବର୍ଷ ଶିକ୍ଷକ ମାନଙ୍କ ବଦଳୀ ହେଉଥିବା ବେଳେ ଅନୁସୂଚିତ ଜାତି ଜନଜାତି ବିଭାଗ ବିଦ୍ୟାଳୟ ରେ ଦୀର୍ଘ ୧ ୨ ବର୍ଷ ରୁ ଉର୍ଦ୍ଧ ହେଲା ଶିକ୍ଷକ ମାନଙ୍କ ସାମୁହିକ ବଦଳୀ ହୋଇନାହିଁ!କେବଳ ଅଭିଯୋଗ ହେଉଥିବା ଶିକ୍ଷକ ମାନଙ୍କ ହିଁ ବଦଳୀ ହୋଇଛି! ବର୍ଷ ବର୍ଷ ଧରି ଶିକ୍ଷକ ମାନେ ଗୋଟିଏ ବିଦ୍ୟାଳୟ ରେ ରହିବା ଫଳରେ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି!ଏଥିଯୋଗୁ ସରକାର ଗୁଣାତ୍ମକ ଶିକ୍ଷା ର ମାନ ନିମ୍ନ ଆଡ଼କୁ ଗତି କରୁଥିବା ନେଇ ସାଧା ରଣ ରେ ଆଲୋଚନା ହେଉଛି ।ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି!