-
ଅବହେଳା ଯୋଗୁଁ ଛାତ୍ରୀର ମୃତ୍ୟୁ*ନେହେନା ଛକରେ ରାସ୍ତା ଅବରୋଧ
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ସେବାଶ୍ରମରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ଛାତ୍ରୀ ଶିବାନୀ ଭୋଇ (୮) ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ଝିଅକୁ ଅତ୍ୟଧିକ ଝାଡ଼ାବାନ୍ତି ହେବା ଓ ଆଶ୍ରମ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଠିକ ସମୟରେ ଚିକିତ୍ସା ନ କରିବା ଦ୍ୱାରା ମୃତ୍ୟୁ ହୋଇ ଯାଇଥିବା ଅଭିଯୋଗ କରି ଗୁରୁବାର ଖଡ଼ିଆଳ ଥାନା ରାଣୀମୁଣ୍ଡା ଗ୍ରାମ ପଂଚାୟତ ମହୁଲକୋଟ ଗ୍ରାମର ମୃତ ଶିବାନୀ ଭୋଇ ବାପା ଡିଙ୍ଗର ଭୋଇ ଙ୍କ ପରିବାର ସମେତ ନେହେନା ଗ୍ରାମର ମନୋଜ କୁମାର ସୁନାନୀ , ସୁବାସ ବଘେଲ ଓ ଅନ୍ୟାନ୍ୟ ଗ୍ରାମବାସୀ ନେହେନା ଛକ ପାଖରେ ଶିବାନୀ ଭୋଇକୁ ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଥିଲେ । ପରିବାର ଓ ସହଯୋଗୀଙ୍କ ଦାବି ହେଲା ଛାତ୍ରୀ ଶିବାନୀ ଭୋଇଙ୍କୁ ଅବହେଳା କରାଯାଇଛି । ଦୁଇ ତିନି ଦିନରୁ ଝାଡ଼ା ଓ ଜ୍ୱର ହୋଇଥିଲେ ମଧ୍ୟ ପ୍ରଧାନ ସେବକ ପୂର୍ଣଚନ୍ଦ୍ର ପରିଡା ଙ୍କ ସମେତ ସହାୟିକା ଚିକିତ୍ସା ପାଇଁ ତତ୍ପରତା ପ୍ରକାଶ କରିନଥିଲେ । ଏଏନଏମ ଦ୍ରୋପଦୀ ଗହୀର ଗତ ଜୁଲାଇ ୨୬ ତାରିଖରେ ଶିବାନୀକୁ ଚିକିତ୍ସା କରିଥିଲେ । କିନ୍ତୁ ସେହି ଦିନ ସେ ଭଲ ଥିବା କହିଥିଲେ । ତାପରେ କଣ ହୋଇଛି ମୁଁ ଜାଣି ନାହିଁ ବୋଲି ନିଜ ମତ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ଚିକିତ୍ସା କରିଥିବା ଉପଖଣ୍ଡ ଚିକିତ୍ସାଲୟର ଇନଚାର୍ଜ ଡକ୍ଟର ରଞ୍ଜିତ ରାଉତ ଝିଅକୁ ବେଶି ଝାଡ଼ା ଓ ଜ୍ୱର ହେଉଥିଲା । ଚିକିତ୍ସା କରାଯାଇଥିଲା,ହେଲେ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀର ମୃତ୍ୟୁ ହୋଇଯାଇଥିଲା ବୋଲି ପ୍ରକାଶ କରିଥିଲେ । ଏହି ଘଟଣା କୁ ନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟର ଇନଚାର୍ଜ ଡକ୍ଟର ରାଉତ, ଡିଡବ୍ଲୁଓ ନନ୍ଦ କିଶୋର ତାଣ୍ଡି ଓ ଅତିରିକ୍ତ ଜିଲ୍ଲାପାଳ ନେହେନା ସେବାଶ୍ରମକୁ ଆସି ତଦନ୍ତ କରିବା ସହ ଝିଅ ଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।