ବଲାଙ୍ଗିର, ଆଜି ବଲାଙ୍ଗୀର ସ୍ଥିତ ଜେଏସ୍ଏମ୍ କଲେଜ ଅଫ୍ କମର୍ସ ଠାରେ ବରଗଡ଼ର ପୂର୍ବତନ ସାଂସଦ ଡ. ପ୍ରଭାସ ସିଂହ ଯୋଗ ଦେଇ ଛାତ୍ର ରାଜନୀତି ଶୀର୍ଷକ ବିଷୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ସାଂସଦ ଶ୍ରୀ ସିଂହ ନିଜ ଛାତ୍ର ଜୀବନ ଓ ଏହା ଉପରେ ରାଜନୀତିର ପ୍ରଭାବ ଉପରେ ନିଜର ଅନୁଭୂତି କୁ ବର୍ଣ୍ଣନା କରିଥିଲେ । ରାଜନୀତିରେ ଜାଣତରେ ହେଉ କି ଅଜାଣତରେ ଅନେକ ଶତୃ ଓ ଅନେକ ମିତ୍ର ତିଆରି ହୋଇଥାନ୍ତି । ଗଭୀର ଆତ୍ମବିଶ୍ୱାସ ଓ ସକରାତ୍ମକ ମନୋଭାବ ନେଇ କାମ କଲେ ଯେକୌଣସି କ୍ଷେତ୍ରରେ ସଫଳତା ମିଳିଥାଏ ବୋଲି ଶ୍ରୀ ସିଂହ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ସେବା ମନୋଭାବ ନେଇ ଉଚ୍ଚଶିକ୍ଷିତ ମାନେ ରାଜନୀତିକୁ ପ୍ରବେଶ କଲେ ଦେଶ ସବୁ କ୍ଷେତ୍ରରେ ଉନ୍ନତି କରିପାରିବ ବୋଲି ଶ୍ରୀ ସିଂହ କହିଥିଲେ ।
ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାର୍ଲାମେଣ୍ଟ ଠାରୁ ଆରମ୍ଭ କରି ପଂଚାୟତ ପର୍ଯ୍ୟନ୍ତ ରାଜନୀତି ସଂପର୍କିତ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ପୂର୍ବତନ ସାଂସଦ ଶ୍ରୀ ସିଂହ । କଲେଜର ପ୍ରତିଷ୍ଠାତା ସିଏ ଶ୍ରୀକାନ୍ତ ସର୍ମା ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କେଲଜର ଅଧ୍ୟାପକ ସୁବ୍ରତ ପଟ୍ଟନାୟକ ଓ ଶିକ୍ଷାବିତ ମନୋରଞ୍ଜନ ସାହୁ ମଂଚାସୀନ ରହି ଦେଶର ଭବିଷ୍ୟତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ । ନିରୋଜ ମିଶ୍ର ସଭାକୁ ସଂଚାଳନ କରିଥିଲେ । କଲେଜର ଛାତ୍ର କ୍ରିସ କେଡିଆ ଓ ୟସ ପାଲ ମଂଚାସୀନ ପୂର୍ବତନ ସାଂସାଦ ଶ୍ରୀ ସିଂହକୁ ରାଜନୀତି ସଂପର୍କିତ କିଛି ପ୍ରଶ୍ନ ପଚାରିଥିଲେ । ଏହି ଆଲୋଚନା ଓ ମତବିନିମୟ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।