ଭୁବନେଶ୍ୱର, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ଆଜି ଭେଟିବେ । ସେମାନେ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ୪ ତାରିଖରେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାନସଭା ତରଫରୁ ଜଗନ୍ନାଥଙ୍କ ମହାପ୍ରସାଦ, ଜଗନ୍ନାଥଙ୍କ ଫଟୋ ଚିତ୍ର ଓ ଓଡ଼ିଆ କଳାକୃତିର ଉପହାର ଦିଆଯିବ । ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ବହନ କରାଯାଉଛି ।
Related Stories
November 1, 2024