ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୯୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୫୬୦୩ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦୦୨୩ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୩୮୫ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୩୮ ଜଣ ସଂଗରୋଧରୁ ଓ ୩୮୨ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୧, ବାଲେଶ୍ୱର ଜିଲ୍ଲାରେ ୧୭, ବରଗଡ ଜିଲ୍ଲାରେ ୫୪, ଭଦ୍ରକ ଜିଲ୍ଲାରେ ୪, ବଲାଙ୍ଗୀର ଜିଲ୍ଲାରେ ୩୭, ବୌଦ୍ଧ ଜିଲ୍ଲାରେ ୧୨, କଟକ ଜିଲ୍ଲାରେ ୩୬ . ଦେବଗଡ, ଜିଲ୍ଲାରେ ୭, ଢେଙ୍କାନାଳ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୬ , ଗଂଜାମ ଜିଲ୍ଲାରେ ୧୨, ଜଗତସିଂହପୁର ଜିଲ୍ଲାରେ ୮ ,ଯାଜପୁର ଜିଲ୍ଲାରେ ୧୩, ଝାରସୁଗୁଡା ଜିଲ୍ଲାରେ ୯ . କଳାହାଣ୍ଡି ଜିଲ୍ଲାରେ ୧୭, କନ୍ଧମାଳ ଜିଲ୍ଲାରେ ୨୦, କେନ୍ଦ୍ରାପଡା ଜିଲ୍ଲାରେ ୯, ଖୋର୍ଧା ଜିଲ୍ଲାରେ ୧୩୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୨୯, ମୟୁରଭଂଜ ଜିଲ୍ଲାରେ ୪୮ , ନବରଙ୍ଗପୁର ଜିଲ୍ଲାରେ ୧୨.ନୟାଗଡ ଜିଲ୍ଲାରେ ୨୩, ନୂଆପଡା ଜିଲ୍ଲାରେ ୯, ପୁରୀ ଜିଲ୍ଲାରେ ୧୨ , ରାୟଗଡା ଜିଲ୍ଲାରେ ୧୫, ସମ୍ବଲପୁର ଜିଲ୍ଲାରେ ୬୮, ସୋନପୁୁର ଜିଲ୍ଲାରେ ୨୮ ,ସୁନ୍ଦରଗଡ ଜିଲ୍ଲାରେ ୨୫୦ ଓ ଷ୍ଟେଟ ପୁଲରେ ୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।