ଭୁବନେଶ୍ବର,ଆସନ୍ତା ଶିକ୍ଷା ବର୍ଷରୁ ୧୦୦ ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ଯେଉଁ ସବୁ ବ୍ଲକ୍ ରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ । କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମାଟ୍ରିକ ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲା ମାନେ ପାଠ ଛାଡିଛନ୍ତି । ଝିଅ ପିଲାଙ୍କ ବିଶେଷ ସୁବିଧା ହେବ । ଏଥିଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି ।