ବଲାଙ୍ଗିର ,ଓଡିଶା ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବକୁ ନେଇ ବଲାଙ୍ଗୀର ଜିଲ୍ଲା କୋଶଲ ସେନା ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଲୋଇସିଂହା ବିଡ଼ିଓ ବିଜୟ ହୋତାଙ୍କ ଜରିଆରେ ଗତକାଲି ପ୍ରଦାନ କରାଯାଇଛି l ବିଡ଼ିଓଙ୍କ ଅନୁପସ୍ଥିତି ଯୋଗୁଁ ବ୍ଲକ କାର୍ଯ୍ୟାଳୟ ଠାରେ ଜିପିଓ କିଶୋର ଚନ୍ଦ୍ର ମାନସିଂହଙ୍କୁ ସ୍ମାରକ ପତ୍ର ପ୍ରଦାନ କରା ଯାଇଥିଲା l କୋଶଲ ସେନା ଜିଲ୍ଲା ସଭାପତି କୌସ୍ତୁବ ସାହୁଙ୍କ ନେତୃତ୍ୱରେ ଦେବ ପଣ୍ଡା, ଜିତୁ ସାହୁ, ନଯୁ ଖାନ, ଅଜିତ ବେହେରା ପ୍ରମୁଖ ସ୍ମାରକ ଦେବା ବେଳ ଉପସ୍ଥିତ ଥିଲେ l ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ଯେ ନିକଟରେ ଓଡିଶା ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ 6891 ମାଧ୍ୟମିକ ଶିକ୍ଷୟିତ୍ରୀ ଓ ଶିକ୍ଷକ ନିଯୁକ୍ତି କରିଛନ୍ତି l ଗତ ସୋମବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ହେଲେ ପଶ୍ଚାତାପର ବିଷୟ ଏହା ଯେ ପଶ୍ଚିମ ଓଡିଶାକୁ ମାତ୍ର ୫୨୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି l ଶିକ୍ଷକ ନିଯୁକ୍ତି ହେଉ କି ପଶ୍ଚିମ ଓଡିଶାର ବିକାଶ କଥା ହେଉ ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡିଶା ପ୍ରତି ପାତରଅନ୍ତର ସହ ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି l ପଶ୍ଚିମ ଓଡିଶାର ହକ ଓ ବିକାଶ ଲାଗି ଆନ୍ଦୋଳନ ଜାରି ରହିବ ବୋଳି କୋଶଲ ସେନା ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି l
Related Stories
November 22, 2024