ମାଲକାନଗିରି,ଚାକିରି ଦେବା ନାଁରେ ୨୧ ଲକ୍ଷ ଲୁଟ । ମାଲକାନଗିରି ଜିଲା ମାଥିଲି ଅଞ୍ଚଳ ରୁ ଏପରି ଠକାମୀର ଶୀକାର ହୋଇଛନ୍ତି ଶିକ୍ଷିତ ୪ ଯୁବକ ଏବଂ ଜଣେ ମହିଳା । ସରକାରୀ ପଦ ପଦବିରେ ରହିବାକୁ ଯୋଜନା ରଖି ମନରେ ବିଶ୍ବାସ ଜନ୍ମାଇ ୨୧ ଲକ୍ଷ ଚଳୁ କରିଦେଲା ଠକ । ଏପଟେ ସଂପୃକ୍ତ ଠକକୁ ମଧ୍ୟ ପୋଲିସ ଧରିବାରେ ସକ୍ଷମ ହୋଇଛି । ଠକ ଜଣକ ହେଲେ ଚିନ୍ମୟ ମହାପାତ୍ର । ବାଲେଶ୍ବରର ଗେଙ୍ଗୁଟି ଅଂଚଳରେ । ଭୁବନେଶ୍ବର ସ୍ଥିତ ଓଏସଏ ନିକଟରୁ ତାଙ୍କୁ ଗିରଫ କରାଯାଇଛି । ମାଥିଲି ଅଂଚଳର କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଫସିଆଇ , ବିଏସଏସଓ , ଏସଆଇ , କିରାଣୀ ଏବଂ ଆଦର୍ଶ ବିଦ୍ୟାଳୟର ଶିକ୍ଷୟତ୍ରୀ କରାଇ ଦେବାକୁ ପୃଥକ ପୃଥକ ଭାବେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଏମାନଙ୍କ ଠାରୁ ଲୁଟି ଥିଲା ଠକ । ଠକର ପ୍ରରୋଚ ନାରେ ପଡି ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବରରୁ ଉକ୍ତ ଠକ କୁ ଠାବ କରିବାରେ ସକ୍ଷମ ହୋଇଛି । ମାମଲା ଦାୟର ପରେ କୋର୍ଟ ଚାଲାଣ ମଧ୍ୟ କରିଛି ମାଥିଲି ପୋଲିସ ।
Related Stories
November 22, 2024