
କନ୍ଧମାଳ , କନ୍ଧମାଳ ଜିଲା ରୁତୁଙ୍ଗିଆ ପଂଚାୟତ ଅନ୍ତର୍ଗତ କଟ୍ରିକିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ପାଚେରୀ ଚଢି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମ୍ପୃକ୍ତ ଅଂଚଳ ରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଛାତ୍ର ଜଣଙ୍କ ହେଉଛନ୍ତି ରାଜେଶ କୁମାର ମଲିକ। କେଉଁ କାରଣରୁ ଓ କଣପାଇଁ ଏହି କୋମଳମତି ଛାତ୍ର ଜଣଙ୍କ ଆତ୍ମ ହତ୍ୟା ଉଦ୍ୟମ କରୁଥିଲା ଜଣାପଡ଼ିନି। ତେଵେ ଏହି ସ୍କୁଲ ରେ କମ ଛାତ୍ର ଛାତ୍ରୀ ପାଠପଢୁଥିଲେ ମଧ୍ୟ ଖାତା ପତ୍ରରେ କମ ଦର୍ଶା ଯାଉଥିବା ଜଣାପଡିଛି । ସେହିପରି ହଷ୍ଟେଲ ରେ ବି କମ ପିଲା ରହୁଥିଲେ ମଧ୍ୟ ଅଧିକ ଦର୍ଶାଯାଇ ଅର୍ଥ ହଡପ କରୁଥିବା ଅଭିଯୋଗ ହେଉଛି।
ତେଵେ ଆତ୍ମହତ୍ୟା ଘଟଣାକୁ କୁଆଡେ ଚପାଇ ଦେବାପାଇଁ ଉଦ୍ୟମ କରାଯାଉଥିବା କୁହାଯାଉଛି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଶିକ୍ଷକ ଓକର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅବିଭାବକ ଓ ଗ୍ରାମବାସୀ ଦାବିକରିଛନ୍ତି । ଏ ନେଇ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ସିମାଞ୍ଚଳ ବେହେରା ଙ୍କୁ ପଚାରିବାରେ ସେ ତଦନ୍ତ କରିବେ ବୋଲି କହିଛନ୍ତି।