ଭୁବନେଶ୍ୱର, ରାଜ୍ୟରେ ଗୋଟିଏ ଦିନରେ ୭୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୪୬୮୩ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୮୮୭୨ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୬୧୬ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ ଜଣ ସଂଗରୋଧରୁ ଓ ୩୦୮ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୩, ବାଲେଶ୍ୱର ଜିଲ୍ଲାରେ ୧୨, ବରଗଡ ଜିଲ୍ଲାରେ ୧୭, ଭଦ୍ରକ ଜିଲ୍ଲାରେ ୧୨, ବଲାଙ୍ଗୀର ଜିଲ୍ଲାରେ ୨୮, ବୌଦ୍ଧ ଜିଲ୍ଲାରେ ୬, କଟକ ଜିଲ୍ଲାରେ ୩୮ . ଦେବଗଡ, ଜିଲ୍ଲାରେ ୯, ଢେଙ୍କାନାଳ ଜିଲ୍ଲାରେ ୨, ଗଜପତି ଜିଲ୍ଲାରେ ୫ , ଗଂଜାମ ଜିଲ୍ଲାରେ ୬, ଜଗତସିଂହପୁର ଜିଲ୍ଲାରେ ୫ ,ଯାଜପୁର ଜିଲ୍ଲାରେ ୧୦, ଝାରସୁଗୁଡା ଜିଲ୍ଲାରେ ୬ . କଳାହାଣ୍ଡି ଜିଲ୍ଲାରେ ୩୬, କନ୍ଧମାଳ ଜିଲ୍ଲାରେ ୧୫, କେନ୍ଦ୍ରାପଡା ଜିଲ୍ଲାରେ ୫, ଖୋର୍ଧା ଜିଲ୍ଲାରେ ୧୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୧୬, ମୟୁରଭଂଜ ଜିଲ୍ଲାରେ ୫୯ , ନବରଙ୍ଗପୁର ଜିଲ୍ଲାରେ ୧୧.ନୟାଗଡ ଜିଲ୍ଲାରେ ୮, ନୂଆପଡା ଜିଲ୍ଲାରେ ୧୬, ପୁରୀ ଜିଲ୍ଲାରେ ୨୧ , ରାୟଗଡା ଜିଲ୍ଲାରେ ୧୦, ସମ୍ବଲପୁର ଜିଲ୍ଲାରେ ୪୧, ସୋନପୁୁର ଜିଲ୍ଲାରେ ୨୦ ,ସୁନ୍ଦରଗଡ ଜିଲ୍ଲାରେ ୧୭୬ ଓ ଷ୍ଟେଟ ପୁଲରେ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।