କନ୍ଧମାଳ ,କନ୍ଧମାଳ ରେ ପୁଣି ଜନନୀ ଯନ୍ତ୍ରଣା। ଖଟିଆ ରେ ବୁହାହେଲେ ଗର୍ଭବତୀ। ବର୍ଷା ସାଙ୍ଗକୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଵା ଫଳରେ ଆମ୍ବୁଲାନ୍ସ ଗାଁ କୁ ଯାଇପାରୁନି। ବାଧ୍ୟହୋଇ ରୋଗୀକୁ କେଉଁଠି ଦୋଳାରେ ତ ଆଉ କେଉଁଠି ଖଟିଆରେ ବୁହାହେଉଛି। ଅଭିଯୋଗ ହେଲେ ବି ପ୍ରଶାସନ ଶୁଣୁନି କୁଆଡେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ସାରଙ୍ଗଡ଼ଟେଟେରା ଗାଂ ରେ । ସାରଙ୍ଗଡ଼ ର ଟେଟେରା ଗାଁ ମୂଖ୍ୟ ରାସ୍ତା ଠାରୁ ୨/୩ କିମି ଦୂରରେ ରହିଛି। ଗାଁ କୁ ଯିବାକୁ ପିଚୁ ରାସ୍ତା ନାହିଁ ଏପଟେ କାଳିପେନୁ ନଦୀ ରହିଛି । ଫଳରେ ଗାଁ ର ଅରୂଣ ପ୍ରଧାନ ଙ୍କ ପତ୍ନୀ ଆରତୀ ଙ୍କ ପ୍ରସବ ବେଦନା ହେବାରୁ ତ। ଙ୍କୁ ଆଶାକର୍ମୀ ଓପରିବାର ଲୋକଙ୍କ ସହାୟତାରେ ଦୋଳା ରେ ଆମ୍ବୁଲାନ୍ସ ପାଖକୁ ଆଣି ବାକୁ ପଡିଥିଲା ।ସେଠାରୁ ଆମ୍ବୁଲାଏନ୍ସ ରେ ତାଙ୍କୁ ସାରଙ୍ଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଆଉ ସେଠାରେ ଆରତୀ ଏକ ପୁତ୍ର ସନ୍ତାନ କୁ ଜନ୍ମଦେଇଥିଲେ। କେବଳ ଏହି ଗୋଟିଏ ଗାଁ ନୁହେଁ ଜିଲାର ଏକ ହଜାର ରୁ ଉର୍ଦ୍ଧ ଗ୍ରାମ ଏଭଳି ରହିଛି ଯାହାକି ବର୍ଷାଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଗ୍ରାମବାସୀଙ୍କୁ। ସରକାର ଓଜିଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି।
Related Stories
November 24, 2024
November 24, 2024