ଭୁବନେଶ୍ୱର – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ସ୍ୱାଧିନତା ସଂଗ୍ରାମୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ମହାସମାରୋହରେ ପାଳନ ହେବ ବୋଲି କମିଟିର ସାଧାରଣ ସଂପାଦକ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଆଜି ଭୁବନେଶ୍ୱର କେଦାରଗୌରୀସ୍ଥିତ ଗୁଆଝର ପ୍ରାଙ୍ଗଣରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ରାଉତରାୟ କହିଛନ୍ତି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ, ଭାରତର ସ୍ୱାଧିନତା ଓ ବିଶେଷ କରି ଓଡିଶାର ସାମଗ୍ରୀକ ବିକାଶ ପାଇଁ ଡକ୍ଟର ହରେକୃଷ୍ଣ ମହତାବଙ୍କର ଅତୁଳନୀୟ ଅବଦାନକୁ ପ୍ରତିଟି ଓଡିଆ ମନେରଖିବା ଉଚିତ୍ । ରାଜଧାନୀ ଭୁବନେଶ୍ୱର ପ୍ରତିÂା ଠାରୁ ଆରମ୍ଭ କରି ଓଡିଶାର ଚାଷୀ ସମସ୍ୟାକୁ ବିଚାରକୁ ନେଇ ହୀରାକୁଦ ବନ୍ଧ, ରାଉରକେଲା ଇସ୍ପାତ କାରଖାନା, ଗଡଜାତ ମିଶ୍ରଣ ଓ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ପ୍ରଗତି ପାଇଁ ସ୍ୱର୍ଗତ ମହତାବଙ୍କ କୃତି ଓ କୀର୍ତି ଅବିସ୍ମରଣୀୟ । ଓଡିଶାର ବିକାଶ ପାଇଁ ସଂକଳ୍ପ ନେଇଥିବା ଛାତ୍ର, ଯୁବକ, ମହିଳା, ସମାଜସେବୀ ଓ ରାଜନେତାମାନଙ୍କ ପାଇଁ ହରେକୃଷ୍ଣ ମହତାତବଙ୍କ ଜୀବନ ଦର୍ଶନ ଅନୁକରଣୀୟ ।
ସେହି ମହାନ ଆତ୍ମାର ପୂଣ୍ୟ ଜନ୍ମତିଥିକୁ ତା ୨୧.୧୧.୨୦୧୯ ଓ ୨୧.୧୧.୨୦୧୯ ରିଖ ଦୁଇଦିନ ବ୍ୟାପୀ ପାଳନ କରିବା ପାଇଁ ଜୟନ୍ତୀ କମିଟି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୨୦ ତାରିଖ ସଂନ୍ଧ୍ୟାରେ ୫୧ଟି ଦଳର ପାଇକ ପ୍ରତିଯୋଗୀତା ଅନୁÂିତ ହେବା ସହ ୨୧ ତାରିଖ ଦିନ ପୂର୍ବାହ୍ନ ୬ ଘଟିକାରେ ମନ୍ଦିର, ସମ୍ଜିଦ୍, ଗୀର୍ଜା, ଗୁରୁଦ୍ୱାର ଓ ବୁଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା, ୮ ଘଟିକାରେ ଭୁବନେଶ୍ୱର ମୁ୍ୟନିସିପାଲିଟି ହସ୍ପିଟାଲରେ ଫଳ ବଂଟନ, ୯ ଘଟିକାରେ ୟୁନିଟ୍ -୩ ସ୍ଥିତ ପିଏମ୍ଜି ଛକଠାରୁ ପାଇକ ଶୋଭାଯାତ୍ରା, ୧୧.୩୦ ରେ ଏକାମ୍ର ନିବାରେ ସାଧାରଣ ସଭା ସହ ସନ୍ଧ୍ୟା ୭ ଘଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହେବ । ଏହି ଅବସରରେ ଜୟନ୍ତୀ କମିଟି ସଭାପତି ତଥା ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ, ଓଡିଶା ରାଜ୍ୟପାଳ ଡକ୍ଟର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁ୍କ୍ତ ନବୀନ ପଟ୍ଟନାୟକ, ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ କମିଟି ଉପସଭାପତି ସଂଗ୍ରାମ କେଶରୀ ପାଇକରାୟ, କୋଷାଧ୍ୟକ୍ଷ ଅମୀୟ ଦାସ, କେଦାରନାଥ ମହାପାତ୍ର, କାଳିଆ ପତି, ବାବୁନା ପଢିହାରୀ, ଶ୍ରୀପତି ପତି, ବିଷ୍ଣୁ ପ୍ରସାଦ ମୁଦୁଲି, ଖୋକନ ଗରାବଡୁ ପ୍ରମୁଖ ଉପସ୍ଥିତ ଥିଲେ ।