ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ମୋଦୀ ଓ ମାଲଦୀବର ରାଷ୍ଟ୍ରପତି ସୋଲିହ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ହାଇଦ୍ରାବାଦ ହାଉସରେ ସାକ୍ଷାତ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହେବାର ଫଟୋ ଶେୟାର କରି ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ ଗଭୀର ସମ୍ପର୍କ ଓ ବ୍ୟାପକ ସମ୍ଭାବନା ପାଇଁ । ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ସୋଲିହଙ୍କୁ ସ୍ୱାଗତ କରିଛନ୍ତି । ଭାରତର ନେବରହୁଡ ଫାଷ୍ଟ ପଲିସିରେ ମାଲଦୀବ ଏକ ମୁଖ୍ୟ ଭାଗିଦାର ଅଟେ ।
ଉଲ୍ଲେଖଯୋଗ୍ୟ ଯେ ମାଲଦୀବର ରାଷ୍ଟ୍ରପତି ଇବ୍ରାହିମ ମୋହମ୍ମଦ ସଲିହ ଏକ ପ୍ରତିନିଧିଦଳ ସହ ଭାରତର ଚାରି ଦିବସୀୟ ସରକାରୀ ଯାତ୍ରାରେ ଆସିଛନ୍ତି ।