ବଲାଙ୍ଗିର , ଲୋଇସିଂହା ବ୍ଲକ ଅଧିନସ୍ଥ ଝାରମୁଣ୍ଡା ପଂଚାୟତରେ କିଛିଦିନ ହେଲା ମୃତବ୍ୟକ୍ତି ମାନଙ୍କ ଭତ୍ତା ଟଙ୍କା ଉଠାଣ ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଭତ୍ତା ବଣ୍ଟନ ଦାୟିତ୍ୱରେ ଥିବା ପଂଚାୟତ ଯୋଗାଣ ସହାୟକ ହେମନ୍ତ ସାହୁ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଫିସରେ କାର୍ଯ୍ୟରତ ଶ୍ରୀକାନ୍ତ ଗଡ଼ତ୍ୟା ଦୁହେଁ ମିଶି ଝାରମୁଣ୍ଡାର ଅନେକ ମୃତବ୍ୟକ୍ତିଙ୍କ ବର୍ଷ ବର୍ଷ ଧରି ବେଆଇନ ଭାବରେ ଭତ୍ତାଟଙ୍କା ହଡପକୁ ନେଇ ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନର ଉକ୍ତ ଘଟଣାର ତଦନ୍ତ ପରେ ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗାଣ ସହାୟକ ହେମନ୍ତ ସାହୁ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଗଡ଼ତ୍ୟାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ପଂଚାୟତ ଅଧିନସ୍ଥ ଗ୍ରାମର କେତେକ ମଧୁବାବୁ ପେନସନ ଓ ଏନଏସଏପି ଯୋଜନା ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠି ଥିବାର ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଏ ବିଷୟ ଜାଣିବାକୁ ପାଇଲେ । ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ପ୍ରଥମ ସମିତି ବୈଠକରେ ଏହି ପ୍ରସଙ୍ଗ ଉଠାଇ ତଦନ୍ତ ପାଇଁ ଦାବି କରିଥିଲେ ।ତଦନ୍ତ ପରେ ପଂଚାୟତର ୫୬ଜଣ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠିଥିବା ଜଣା ପଡିଲା । ଏହାପରେ ଉପ ଜିଲ୍ଲପାଳ ଲମ୍ବୋଦର ଧରୁଆ ସିଡିପିଓଙ୍କୁ ମୃତବ୍ୟକ୍ତିଙ୍କ ତାଲିକା ମାଗି୍ୱା ସହ ଲୋଇସିଂହା ବିଡ଼ିଓ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଂଚାୟତରେ ବଣ୍ଟନ ହୋଇଥିବା ଭତ୍ତା ରେଜିଷ୍ଟର ଜବତ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦାଖଲ କରିବା ଲାଗି ନିର୍ଦେଶ ଦେଲେ ।ଏପ୍ରିଲ ରୁ ସେପ୍େଟମ୍ବର ୨୦୨୧ ଓ ଅକଟୋବର ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଭତ୍ତା ବଣ୍ଟନ ରେଜିଷ୍ଟର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଗଲା । ଏହାପରେ ସୁଦ୍ଧ ସହ ହଡପ ଟଙ୍କା ଅସୁଲି ପାଇଁ ଉପଜିଲ୍ଲପାଳ ବ୍ଲକ ପ୍ରଶାସନକୁ କହିଲେ । ୩ ଲକ୍ଷ ୧୭ ହଜାର ୮ ସହ ଟଙ୍କା
ଯୋଗାଣ ସହାୟକ ଶ୍ରୀ ସାହୁଙ୍କ ଠାରୁ ଓ ପି. ଏ ଶ୍ରୀ ଗଡ଼ତ୍ୟାଙ୍କ ଠାରୁ ୯୯ ହଜାର ଟଙ୍କା ଅସୁଳି ପାଇଁ ନିର୍ଦେଶ ଦେଲେ । ଉକ୍ତ ଟଙ୍କା ଜୁଲାଇ ୧୧ତାରିଖରେ ବ୍ଲକ ପ୍ରଶାସନ ନିକଟରେ ଜମାଦେଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଦାୟିତ୍ୱରେ ଅବହେଳା କାରଣରୁ ଜୁଲାଇ ୧୬ ତାରିଖ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଆଗଲପୁରକୁ ବଦଳି କରିଛନ୍ତି କ୍ଷ ଜୁଲାଇ ୨୮ରେ ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୧୬୦୪ରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଓ ୧୬୦୬ରେ ଯୋଗାଣ ସହାୟକଙ୍କୁ ଚାକିରୀରୁ ବହିସ୍କୃତ କରିଥିବା ଭାରପ୍ରାପ୍ତ ବିଡ଼ିଓ ବିଜୟ କୁମାର ହୋତା ପ୍ରକାଶ କରିଛନ୍ତି । ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି ଯେ ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତରେ ଏଭଳି ଘଟଣା ଘଟିଛି ତାହା ନୁହେଁ ବ୍ଲକର ଅନ୍ୟାନ୍ୟ କେତୋଟି ପଂଚାୟତରେ ମଧ୍ୟ ଏଭଳି ଘଟଣା ଘଟି ଥାଇପାରେ ଏଣୁ ପ୍ରଶାସନର ଦୃଷ୍ଟି ସହ ତଦନ୍ତର ଆବଶ୍ୟକତା ରହିଛି ।