-
କନ୍ଧମାଳରେ ବଢୁଛି କୋଭିଡ୍ ସଂକ୍ରମଣ , ସ୍ୱାଧିନତା ଦିବସ ପାଳନ ରେ କଟକଣା ଜାରି
କନ୍ଧମାଳ , କନ୍ଧମାଳ କୋଭିଡ୍ ସଂକ୍ରମଣ ଧିରେଧିରେ ବୃଦ୍ଧି ହେବାରେ ଲାଗିଛି । ଜିଲ୍ଲାରେ ଆଜି ପୁଣି ୧ ୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୧୮ ଜଣ କୋରନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ପାଖା ପାଖି ୨ ଶହରୁ ଉର୍ଦ୍ଧ ରେ ପହଞ୍ଚିଲାଣି । ତେବେ ସୁସ୍ଥ ବି ହେଉଛନ୍ତି ରୋଗୀ ।
ଜିଲ୍ଲା ପ୍ରଶାସନର କଟକଣା ନଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି ।କେହି ବି କୋରାନା କଟକଣା ମାନୁନାହାନ୍ତି । କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି । କୋରନା ବୁଷ୍ଟ ର ଡୋଜ ବି କମ ଆସୁଥିବାରୁ ଲୋକଙ୍କୁ ମିଳୁନି । ଏପଟେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଶ୍ରାବଣ ମାସ, ବୋଲ ବମ ଭକ୍ତଙ୍କ ଭିଡ କ୍ଷପୁଣି ବର୍ଷା ଦିନ । ଏଣୁ ଆଗକୁ ମଧ୍ୟକୋରାନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ି୍ୱା ଆଶଙ୍କା ରହିଛି ।ଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମ ରୂ ସହର ଯାଏ କୋରାନା ସଚେତନ ତା ସୃଷ୍ଟି କରିବାକୁ ଦାବୀ ହେଉଛି । ଆସନ୍ତା ସ୍ୱାଧୀନତା ଦିବସ ଉପରେ ସରକାର କଟକଣା ଲଗାଇଛନ୍ତି । ଏ ନେଇ ଚିଠି ନମ୍ବର ୨୬୦୮୮/୨୯/୦୭ରେ ଗୃହବିଭାଗ ସମସ୍ତ ଜିଲାପାଳ ଙ୍କୁ ଚିଠିଲେଖିଛି । ଏଣୁ ଜୀଲାସ୍ତରୀୟ ପ୍ୟାରେଡ଼ ରେ କୌଣସି ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବେନି ।କେବଳ ଗତଥର ପରି ପୋଲିସ ଓହୋମଗାର୍ଡ ଦୁଇଟି କଣ୍ଟୀଜେଣ୍ଟ ପରେଡ କରିବେ । ପଚାଶ ଜଣଙ୍କୁ ପ୍ୟାରେଡ଼ ରେ ଦେଖିବାଲାଗି ଅନୁମତି ମିଳିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।