ଆଜାଦି କି ଅମୃତ ମହୋତ୍ସବ ଅବସରରେ ରବିବାର ସକାଳ 10 ଘଟିକା ସମୟରେ ରାମକୃଷ୍ଣ ମଠ, ଚକ୍ରତୀର୍ଥ ରୋଡ, ପୁରୀ ଠାରେ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି| ଏହି ସମ୍ମିଳନୀର ପ୍ରାରମ୍ଭରେ ଶାନ୍ତି ମନ୍ତ୍ର ପାଠ କରିଥିଲେ ରାମକୃଷ୍ଣ ମଠର ରାମ ମହାରାଜ, ରମେଶ ମହାରାଜ ଓ ମଳୟ ମହାରାଜ ଏବଂ ପରେ ପରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଶ୍ରୀ ଶ୍ୟାମଳ ରାୟ |ସ୍ୱାମୀ ବିବେକାନନ୍ଦ ଙ୍କ ସ୍ବେଦେଶ ମନ୍ତ୍ର ପାଠ କରିଥିଲେ ପ୍ରାକ୍ତନ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଓ ତାଙ୍କର ଛାତ୍ରୀ ମାନେ | ଏହାପରେ ଓଁ ପ୍ରକାଶ ପଣ୍ଡା ସ୍ୱାମୀବିବେକାନନ୍ଦଙ୍କ ଯୁବସମାଜ କୁ ଆହ୍ୱାନ ସମ୍ପର୍କ ରେ ଆଲୋକପାତ କରିଥିଲେ |ପରେ ଅନ୍ୟତମ ବକ୍ତା ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ସ୍ୱାମୀବିବେକାନନ୍ଦ ଙ୍କ ର ଶିକ୍ଷା ଓ କଥୋପନିଷଦ ରେ ନଚିକେତାର ଚରିତ୍ର ସମ୍ବଦ୍ଧରେ ଉଦାହରଣ ଦେଇଥିଲେ| ଏହାପରେ ମହାବିଦ୍ୟାଳୟ ରୁ ଯାଇଥିବା ଛାତ୍ରୀମାନେ ଦୁଇଟି ଦେଶାତ୍ମା ସଂଗୀତ ଏ ଆର୍ଯ୍ୟ ଭୂମି ଆମ ମା ଓ ଏଇ ଦେଶ ଏଇ ମାଟି ମମତା ମୟୀ ମାଟି ପରିବେଷଣ କରି ମୁଗ୍ଧ କରିଥିଲେ |ଏଥି ସହିତ ଡ଼ା ପ୍ରଭାତୀ ମିତ୍ର ଓ ସ୍ୱମୁ ଜୀବନଥା ନନ୍ଦ ମରହ କଟକ ରାମକୃଷ୍ଣ ମିଶନ ଆଶ୍ରମ ରୁ ଆସି ଚରିତ୍ର ଗଠନ ହେଲେ ଦେଶ ଗଠନ ହୋଇ ପାରିବ ବୋଲି ସୁନ୍ଦର ଭାବରେ ସ୍ୱାମୀଜୀ ଙ୍କ ବାଣୀ ଓ ଜୀବନରୁ ଉଦ୍ଧାର କରି ଗଳ୍ପ ମାଧ୍ୟମରେ ସରଳ ଭାବରେ ଉପସ୍ଥାପିତ କରିଥିଲେ |ପରେ ସ୍ୱାମୀ ତୁରିୟା ନନ୍ଦ ଭକ୍ତି ସଂଗୀତ ପରିବେଷଣ କରିଥିଲେ | ଅଧ୍ୟକ୍ଷ ସ୍ୱାମୀ ସୋମଦେବାନନ୍ଦ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ |
ମୁଖ୍ୟ ଅତିଥି ଭାବେ ଡ଼ା ପ୍ରଭାତୀ ମିତ୍ର ଥିଲେ | ଶୁଭ ଦର୍ଶିନୀ ଜେନା, ପୁଷ୍ପାଞ୍ଜଳି ପତି, ରୁବି ସେନାପତି, ନିର୍ଲିପ୍ତା ବାରିକ, ସରିତା ପ୍ରଧାନ, ଲଷ୍ମୀପ୍ରିୟା ଦାସ, ସୁସରିତା ମହାରଣା, ଜଗନ୍ନାଥ ସରଙ୍ଗୀ, କୃଷ୍ଣ ଚନ୍ଦ୍ର ସହୂ, ଯଯାତିକେଶରୀ ନାୟକ, ଓ ବାସୁଦେବ ସେନାପତି ନେତୃତ୍ୱ ନେଇ ସମ୍ବର୍ଦ୍ଧିତ ହୋଇଥିଲେ |