ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କରହସ୍ୟ ଜନକ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧ ମାସ ମାସ ପୁରିଛି । ତାଙ୍କର ଏହି ମୃତ୍ୟୁକୁ ନେଇ ୨ ଦିନ ହେଲା ବିଧାନସଭାରେ ଝଡ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ପ୍ରଶ୍ନରେ ଶାସକ ଦଳ ବିବ୍ରତ ହୋଇପଡିଥିଲା । ଏବଂ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ପରଠାରୁ ଜିଲାଠାରୁ ଆରମ୍ଭ କରି ରାଜ୍ୟ ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ଏ ପର୍ଯ୍ୟନ୍ତ ଏହି ଘଟଣା ଉପରୁ ପର୍ଦା ହଟି ପାରିନାହିଁ । ଅନ୍ୟପକ୍ଷେ ଆଜି ଯାଜପୁର ଉପ-ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ହରିଦାସପୁର ପଂଚାୟତ କାର୍ଯ୍ୟାଳୟ ଓ ସ୍ମିତାରାଣୀଙ୍କ ସରକାରୀ ବାସଭବନ(ଧର୍ମଶାଳା ବ୍ଲକ ପରିସର)ରେ ପୂର୍ବାହ୍ନରେ ତାଲା ଭଙ୍ଗା ଯାଇଥିଲା । ଏହି ଦୁଇ ସ୍ଥାନରୁ ସ୍ମିତାରାଣୀଙକ ଆଲମିରାରୁ ସରକାରୀ କାଗଜ ପତ୍ର ଜବତ ହୋଇଥିଲା । ମାଜିଷ୍ଟ୍ରେଟ୍ ତଥା ଧର୍ମଶାଳା ତହସିଲଦାର ସରୋଜ ପଣ୍ଡା,ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ୱାଇଁ ଓ ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କୌଣସି ପ୍ରତିକ୍ରୀୟା ଦେବାକୁ ପ୍ରଶାସନିକ ଅଧିକାରୀ ମନା କରି ଦେଇଥିବା ବେଳେ ଏହି ଘଟଣା ତଦନ୍ତ ପ୍ରକ୍ରୀୟା ଚାଲୁ ରହିଛି ପରେ ଏହି ସବୁ ଘଟଣା ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଛି । ଗତ ମାସ ୧୬ ତାରିଖରେ ହରିଦାସପୁର ପିଇଓ ସ୍ମିତାରାଣୀ ଭର୍ତା ବଂଟନ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ହରିଦାସପୁର ସରପଂଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶଙ୍କ ଗେଷ୍ଟହାଉସରେ ରହସ୍ୟଜନକଭାବେ ସ୍ମିତାରାଣୀଙ୍କର ମୃତ୍ୟୁ ହୋଇଥିଲା । ସ୍ମିତାରାଣୀଙ୍କ ରହସ୍ୟ ଉନ୍ମୋଚନ ପାଇଁ ଯାଜପୁର ଜିଲା ବନ୍ଦ,ଏସ୍ପି ଅଫିସ ଘେରାଉ ସାଙ୍ଗକୁ ବିଧାନସଭାରେ ବିରୋଧୀମାନେ ଅଚଳାବସ୍ଥା ଜାରି କରିଥିଲେ । ଘଟଣାକୁ ୧ମାସ ବିତିଯାଇଥିଲେ ମଧ୍ୟ ସେପରି କିଛି ପରିବାରଙ୍କ ଉଚିତ ନ୍ୟାୟ ମିଳିପାରି ନଥିଲା । ମୃତ୍ୟୁର ୩ ଦିନ ପରେ ପୁଲିସ ଏହି ଘଟଣାରେ ରୂପେଶଙ୍କ ଗେଷ୍ଟ ହାଉସରେ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲା । ଏବଂ ଏହି ଘଟଣାରେ ପୁଲିସ ରୂପେଶକୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇ ଦେଇ ହାତବାନ୍ଧି ବସିଥିଲା । ଏଠାରେ ପ୍ରଶ୍ନ ଉଠୁଛି କେତେ ପ୍ରମାଣ ଓ ସୁରାକ ପୁଲିସ ନଷ୍ଟ କରିବା ପରେ ପୁଣି ପ୍ରମାଣ ଓ ସୁରାକ ଚାହିଁବ । ମାସେ ସାରା ପୁଲିସ ତଦନ୍ତ ଚାଲିଛି ବୋଲି କହୁଥିବା ବେଳେ ତେବେ କଣ ଅଧିକ କିଛି ପ୍ରମାଣ ଯୋଗାଡ କରଛି ? ଜଙ୍ଗଲ ଓ ଅନାବାଦୀ ଜମିରେ ଗଢିଥିବା ରୂପେଶଙ୍କ ଗେଷ୍ଟହାଉସ ସରକାରୀ କାଗଜପତ୍ରରେ ଭଙ୍ଗା ଯାଇଥିବା ବୋଲି ସରକାରୀ ରେକର୍ଡ କହୁଛି । ତେବେ ଏହି ଗେଷ୍ଟହାଉସକୁ ଭାଙ୍ଗିବା ପାଇଁ ପ୍ରଶାସନ କାହିଁକି ପଛ ଘୁଚା ଦେଉଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Related Stories
November 24, 2024
November 24, 2024