
ଭୁବନେଶ୍ୱର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ୨୬ ଜଣ ବିଧାୟକ । ଆସନ୍ତାକାଲି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ । ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ, ବିଜେପିର ୬ ଏବଂ ସିପିଆଇର ଜଣେ ବିଧାୟକ ଅଛନ୍ତି । ଆସନ୍ତା ୩ ତାରିଖ ଦିନ ସମସ୍ତ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ ଯେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ଗତ ଜୁଲାଇ ୨୫ ତାରିଖରେ ସଂସଦର ସେଂଟ୍ରାଲ ହଲରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ।