
ଭୁବନେଶ୍ୱର, ରାଜ୍ୟରେ ଆଗାମୀ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ଜାରି ରହିବ । ଏହି ସମୟ ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିଲେ ହେଁ ବଡ ଧରଣର ବର୍ଷା ହେବନାହିଁ । ୫ ତାରିଖ ପରଠାରୁ ପାଗରେ ପରିବର୍ତନ ଆସିବ । ୬/୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ କେତେକ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ଆଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଗାମୀ ୨୪ ଘଂଟାରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି, ଓଡ଼ିଶାରେ ଅଧା ମୌସୁମୀ ସରିଲାଣି । ଜୁନ୍ ୧ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ରେ ଓଡ଼ିଶାରେ ଭଲ ବର୍ଷା ହୋଇ ନାହିଁ । ଜୁନ୍ ମାସରେ ମାଇନସ୍ ୩୩% ବର୍ଷା ହୋଇଛି । ହେଲେ ଜୁଲାଇରେ ଭଲ ବର୍ଷା ହୋଇଛି । ଜୁଲାଇରେ ୨ଟି ଲଘୁଚାପ ଯୋଗୁ ଭଲ ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି । ସୁନ୍ଦରଗଡ଼ରେ ମାଇନସ୍ ୩୯ ପ୍ରତିଶତ ବର୍ଷା ହୋଇଛି । ସେହିପରି ଭଦ୍ରକରେ ମାଇନସ୍ ୨୩ %, ବାଲେଶ୍ୱରରେ ମାଇନସ୍ ୧୯ %, ମୟୂରଭଞ୍ଜରେ ମାଇନସ୍ ୨୮ % ଓ ସମ୍ବଲପୁରରେ ମାଇନସ୍ ୨୮ % ବର୍ଷା ହୋଇଛି । ଏହି ସବୁ ଜିଲ୍ଲାରେ ହାରାହାରି ବର୍ଷାଠାରୁ କମ୍ ବର୍ଷା ହୋଇଛି ।
ମାତ୍ର ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇଛି । ବୌଦ୍ଧ, କଳାହାଣ୍ଡି,ମାଲକାନଗିରି ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ।