ନୂଆପଡ଼ା, ନୂଆପଡା ଜିଲ୍ଲା ତରବୋଡ ଫାଣ୍ଡି ୩୫୩ ଜାତୀୟ ରାଜପଥ ଉପରେ ଦୁଇ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ଓଡି ୧୮ ଏଫ ୩୫୧୪ ନମ୍ବର ମାଲବୋଝେଇ ଟ୍ରକ ଟି କୋମନା ଦେଇ ଆସୁଥିବାବେଳେ ବିପରିତ ଦିଗରେ ଟ୍ରକ ନମ୍ବର ସିଜି ୦୪ଏନଏଚ ୧୩୯୭ ନମ୍ବର ନୂଆପଡା ଦେଇ ଆସୁଥିଲା, ସାଇଡ ଦେବା ସମୟରେ ତରବୋଡ ଠାରେ ଉଭୟ ଟ୍ରକ ମୁହାଁମୁହିଁ ପିଟି ହୋଇଛନ୍ତି। ଯାହାଫଳରେ ଓଡିଶା ନମ୍ବର ଥିବା ରାୟଗଡାର ଟ୍ରକ ଡ୍ରାଇଭର ଅଭିଶେକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକର ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି।
ଛତିଶଗଡ ନମ୍ବର ଥିବା ଟ୍ରକ ର ଚାଳକ ଓ ହେଲପର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି, ହେଲେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ତରବୋଡ ପୋଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଚଲାଉଛି।