କେନ୍ଦୁଝର ,କେନ୍ଦୁଝର ଜିଲ୍ଲାରୁ ସ୍ଲରି ପାଇପ ଜରିଆରେ ଲୁହାପଥର ପରିବହନ କୁ ବିରୋଧ କରି କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ଶନିବାର ଦିନ ଦାବୀପତ୍ର ପ୍ରଦାନ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଚାକିରୀ ନ ପାଇ ବହୁ ବେକାର ଯୁବକ ଟ୍ରକ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ବେଳେ ବିଭିନ୍ନ ସମୟରେ ଖଣିଜ ପଥର ଉତୋଳନ ଓ ପ୍ରେରଣ ସମସ୍ୟା ଯୋଗୁଁ ଟ୍ରକ ମାଲିକମାନେ ବିଶେଷ କ୍ଷତିଗସ୍ତ ହେଉଛନ୍ତି । ଖଣି ନିଲାମ ହେବା ଫଳରେ ବହୁ ଉଚ୍ଚ ମୂଲ୍ୟରେ ଖଣି ନିଲାମ ନେଇଥିବା ସଂସ୍ଥାମାନେ ଖଣିଜ ପଥର ବିକ୍ରୀ କରି ପାରୁନଥିବା ଏବଂ କେତେକ ବଡ ବଡ କାରଖାନା ମାଲିକ ନିଜସ୍ୱ ବ୍ୟବସ୍ଥାରେ ଟ୍ରେନ ଯୋଗେ ଲୁହାପଥର ପରିବହନ କରୁଥିବାରୁ ପାଖାପାଖି ୨୫ ହଜାର ଟ୍ରକ କାମ ନ ପାଇ ଛିଡା ହୋଇଥିବା ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଜିଲ୍ଳାରେ ଏହି ବ୍ୟବସାୟରେ ଜଡିତ ଥିବା ୧୫ ହଜାର ପରିବାର ଏବଂ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିର୍ଭରଶୀଳ ଲକ୍ଷାଧିକ ପରିବାର ନିଜର ଜୀବନ ଜୀବିକା ହରାଇ ଦୁଃଖ କଷ୍ଟରେ ଚଳୁଛନ୍ତି । ଜିଲ୍ଳାର ବହୁ ଆଦିବାସୀ ଯୁବକ ହୋଟେଲ, ଗ୍ୟାରେଜ, ଡ୍ରାଇଭର କାମ କରି ପେଟ ପୋଷୁଥିବା ବେଳେ କିଛି ଲାଭଖୋର କମ୍ପାନୀ ସ୍ଲରି ପାଇପ ଦ୍ୱାରା ଲୁହାପଥର ପରିବହନ କରି ଆସୁଥିବାବେଳେ ଆଉ କେତେକ ପାଇପ ବିିଛାଇବା କାମ ଜାରୀ ରଖିଛନ୍ତି । ଫଳରେ ଆଗାମି ଦିନରେ ଟ୍ରକ ମାଲିକ ମାନଙ୍କ ପରିସ୍ଥିତି ସଙ୍ଗିନ ହେବା । ଫଳରେ ଆଦିବାସୀଙ୍କ ସମେତ ଅନ୍ୟ ମାନଙ୍କର ଭବିଷ୍ୟତ ଅନ୍ଧାକାର ଆଡକୁ ଚାଲିଯିବ । ଟ୍ରେନ ଏବଂ ସ୍ଲରି ପାଇପ ରେ ଲୁହାପଥର ପରିବହନ ଯୋଗୁଁ ଟ୍ରକ ମାଲିକ ମାନେ କ୍ଷତିଗସ୍ତ ହୋଇ ଆଣିଥିବା ଋଣ ପରିଶୋଧ କରି ପାରୁନାହାଁନ୍ତି । ଏ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର ଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ଉପ ସଭାପତି ଦିଲ୍ଲୀପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, କାର୍ଯ୍ୟକାରୀ ସଭ୍ୟ ସୁନିଲ ବାରିକ, ଦେବପ୍ରସାଦ ପୃଷ୍ଟି ଏବଂ ଟ୍ରକ ସଂଘର ବହୁ ସ୍ୟ ଉପସ୍ଥିତ ଥିଲେ ।
Related Stories
November 23, 2024