ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଢ଼େଙ୍କାନାଳ ଜିଲ୍ଲା ସଦର ମହକୁମାରେ ଆମ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୯୧ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ଲୋକ ଉତ୍ସବ, ଜନସହଭାଗୀତା, ସଫଳ ମହୁମାଛୀ ବ୍ୟବସାୟୀ, ଅଭିନବ ଉପାୟରେ ଅର୍ଥ ଉପାର୍ଜନ ଏବଂ ବିଶେଷତଃ ଭାରତୀୟ ଖେଳନାର ବଢ଼ୁଥିବା ବ୍ୟବସାୟିକ ଚାହିଦା ଉପରେ ପ୍ରଧାନମନ୍ତ୍ରୀଜୀ ଆଲୋକପାତ କରିଛନ୍ତି । ଭାରତର ଲୋକ ପରମ୍ପରା ବିଶ୍ୱ ସ୍ତରକୁ ନେବାରେ ପିଏମ ମନ କି ବାତ୍ ଗୋଟିଏ ବଡ଼ ମାଧ୍ୟମ ।
ସେ କହିଛନ୍ତିଯେ – ପିଏମ ମନ୍ କି ବାତ୍ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେଇଛି । ମୁଁ ପୁଣି ଥରେ ପ୍ରଧାନମନ୍ତ୍ରୀଜୀଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ଏବଂ ଏଥିପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନିବେଦନ କରୁଛି ।