ଭୁବନେଶ୍ୱର, ଢ଼େଙ୍କାନାଳ ଜିଲ୍ଲାର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ଶନ କରିବା ସହ ଶିକ୍ଷକ ମାନଙ୍କ ସହ ନୂଆ ଜାତୀୟ ଶିକ୍ଷା ନୀତି ସହ ସମ୍ବନ୍ଧିତ ବିଷୟରେ ଆଲୋଚନା କଲି । ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷାଦାନ, ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କଲି ।
ପାଠ୍ୟ ଖସଡ଼ାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀ ମାନଙ୍କ ବୀରତ୍ୱ ଗାଥା, ଭଦ୍ରକର ଇରମ ଗୁଳିକାଣ୍ଡ, ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଏବଂ ଓଡ଼ିଶାର ପାହାଡ଼ ଜଙ୍ଗଲର ସୌନ୍ଦର୍ଯ୍ୟତାକୁ ସ୍ଥାନ ଦେବା ପାଇଁ ପରାମର୍ଶ ଦେଲି ।