କେନ୍ଦୁଝର, ହୃଦ୍ରୋଗଜନିତ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଚିହ୍ନଟ ହୋଇଥିବା ୧୮ ଜଣ ଶିଶୁଙ୍କୁ ରାଷ୍ଟ୍ରୀୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ କେନ୍ଦୁଝର ତରଫରୁ ସାଇ ଜନନୀ କ୍ୟାମ୍ପସ୍ ଭୁବନେଶ୍ଵରକୁ ପ୍ରେରଣ କରାଯାଇଛି । ଉକ୍ତ ଶିଶୁମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ପରେ ଯେଉଁ ଶିଶୁଙ୍କ ଠାରେ ହୃଦଜନିତ ସମସ୍ୟା ନିରୁପଣ ହେବ, ସେମାନଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ଆର୍.ବି.ଏସ୍.କେ. ମାଧ୍ୟମରେ ମାଗଣାରେ ଉପଲବ୍ଧ ଥିବା ଚିକିତ୍ସା ଯୋଗାଇ ଦିଆଯିବ ।
ସୂଚନାଯୋଗ୍ୟ ଯେ, ୧୮ ଜଣ ଶିଶୁଙ୍କ ମଧ୍ୟରୁ ଘଟଗାଁ ବ୍ଲକ୍ର ୬ ଜଣ, ହରିଚନ୍ଦନପୁର ବ୍ଲକ୍ର ୫ ଜଣ, ପାଟଣା ବ୍ଲକର ୩ ଜଣ, ସଦର ବ୍ଲକର ଜଣେ, ହାଟଡିହି ବ୍ଲକ୍ର ଜଣେ, ଘଷିପୁରା ବ୍ଲକ୍ ରୁ ଜଣେ ଏବଂ ଯୋଡା ବ୍ଲକ୍ରୁ ଜଣେ ଲେଖାଏଁ ଶିଶୁ ଅଛନ୍ତି । ଶିଶୁ ଏବଂ ତାଙ୍କ ଅଭିଭାବକଙ୍କ ସହିତ ଆୟୁଷ ଡାକ୍ତର ମାନସ କୁମାର ପଣ୍ଡା, ଫାର୍ମାସିଷ୍ଟ୍ ବିଜୟ ମାଧବ ମହାନ୍ତ, ଆର୍.ବି.ଏସ୍.କେ. ମ୍ୟାନେଜର ବିଜନ କୁମାର ସାହୁ ପ୍ରମୁଖ ଶିଶୁ ଏବଂ ଅଭିଭାବକ ମାନଙ୍କୁ ନେବାଆଣିବା ଏବଂ ସ୍ଵାସ୍ଥ୍ୟ ପରୀକ୍ଷାରେ ସହାଯ୍ୟ କରିବା ପାଇଁ ସାଥିରେ ଯାଇଥିଲେ । । ପ୍ରେରଣ ସମୟରେ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାଃ କିଶୋର କୁମାର ପୃଷ୍ଟି, ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ଲଲାଟେନ୍ଦୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।