ରାଉରକେଲା, ରାଉରକେଲା ଛେଣ୍ଡ ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କର ସପରିବାର ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ। ପରିବାରର ସମସ୍ତେ ସୁସ୍ଥ ହୋଇଥିଲେ ସୁଦ୍ଧା ଯୁବ ବ୍ୟବସାୟୀ ଜଣକ ଦୀର୍ଘ ୨୮ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଆଜି ସକାଳେ କଟକ ଏସସିବିରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସେ ହେଉଛନ୍ତି ରାଉରକେଲା ଇସ୍ପାତ ମାର୍କେଟ ବଜାରରେ ହାର୍ଡୱାର ବ୍ୟବସାୟ କରୁଥିବା ସୁବିର ଜେନା (୪୮) । ଏହି ଖବର ପ୍ରଚାରିତ ହେବାପରେ ଆଜି ଇସ୍ପାତ ମାର୍କେଟ ଓ ତାଙ୍କ ରହଣି ସ୍ଥାନ ଛେଣ୍ଡ କଲୋନୀ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ଵର୍ଗତ ଜେନା ଜୁଲାଇ ୩ ତାରିଖ ରାତିରେ ନିଜ ପରିବାରର ୫ ସଦସ୍ୟଙ୍କ ସହ ଗାଡିରେ ରାଉରକେଲା ଫେରୁଥିବା ବେଳେ ବଣେଇ ଅଂଚଳରେ କୌଣସି କାରଣରୁ ତାଙ୍କ ଗାଡିଟି ଗଛରେ ପିଟି ହୋଇଯାଇଥିଲା। ଫଳରେ ଗାଡି ଭିତରେ ଥିବା ପରିବାରର ୫ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ପୁଲିସ ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଆଇଜିଏଚରେ ଭର୍ତି କରିଥିଲା। ପରିବାରର ୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଶ୍ରୀ ଜେନାଙ୍କୁ ଆମ୍ରି ଭୁବନେଶ୍ଵରକୁ ପଠାଯାଇଥିଲ।। ସେଠାରେ ତାଙ୍କର ସ୍ପାଇନାଲ କର୍ଡ ର ଚିକିତ୍ସା କରାଯାଇଥିଲେ ମଧ୍ୟ ସେ ଭଲ ହୋଇନଥିିଲେ । ଶେଷରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇଥିଲା, କଟକରେ ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳୁ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିବା ନେଇ ତାଙ୍କର ଭାଇ ଟୁନା ଜେନା ପ୍ରକାଶ କରିଛନ୍ତି । ସ୍ଵର୍ଗତ ଜେନା ଜଣେ ମେଳାପି ବ୍ୟକ୍ତିତ୍ଵ ସହ ଉଦ୍ୟମି ବ୍ୟବସାୟୀ ଥିଲେ ।