-
ନୂଆ ପର୍ଯଟନ ନୀତି ଅନୁସାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର କରା ଯାଉଛି ବିକାଶ
ଭୁବନେଶ୍ୱର,ରାଜ୍ୟରେ ମୋଟ ୩୫୮ଟି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆ ଯାଇଛି । ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର କାମ କରୁଛନ୍ତି । ନୂଆ ପର୍ଯଟନ ନୀତି ଅନୁସାରେ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ କରା ଯାଉଛି । ପ ର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ।