-
ନିଜ କଂପାନୀକୁ ନିଜେ ୧୧ ଲକ୍ଷ ଟଙ୍କାର ଚୂନା ଲଗାଇଲେ
ବଲାଙ୍ଗିର ,ବଲାଙ୍ଗୀର ଆଦର୍ଶ ପଡା ଠାରେ ଥିଵା ଭେକ୍ଟର ମାଇକ୍ରୋ ଫାଇନାନସ ର ବି.ଏମ ନିଜ କଂପାନୀକୁ ନିଜେ ୧୧ ଲକ୍ଷ ଟଙ୍କାର ଚୂନା ଲଗାଇଲେ ।ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ । ବଲାଙ୍ଗିର ଆଦର୍ଶପଡା ଠାରେ ରହିଛି ଭେକ୍ଟର ମାଇକ୍ରୋ ଫାଇନାନସ କଂମାନୀର ହେଡ ଅଫିସ । ବିଭିନ୍ନ ଜିଲ୍ଲାରେ ବ୍ରାଂଚ ଖୋଲି, ଏସ.ଏଚ.ଜି ଗ୍ରୁପ ମାନଙ୍କୁ ଋଣ ଦେଇ ସୁଧ ସହିତ ଅସୁଲି କରିବା ଏମାନଙ୍କ କାମ ।ବଲାଙ୍ଗିର ଅଫିସର ଏକ ଶାଖା ଅଫିସ ବରଗଡ ଜିଲ୍ଲା ଭଟଲି ଠାରେ ମଧ୍ୟ ରହିଛି ।
ଗତ ତିନି ମାସର ୧୧ ଲକ୍ଷର ଅସୁଲି ଟଙ୍କା ସେଠାକାର ବି.ଏମ ଏବଂ ଏ.ବି.ଏମ କଂପାନୀ ଖାତାରେ ଡିପୋଜିଟ କରିନଥିବାଜଣାପଡିଥିଲା । କଂପାନୀର ଅଡିଟ ଟିମ ମଧ୍ୟ ୧୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ଧରିଥିଲା । ତାପରେ ଟଙ୍କା ଖାଇଥିବା ବି.ଏମ ଚିତ୍ତରଂଜନ ସାଗର ଏବଂ ଏ.ବି.ଏମ ଦୁର୍ଯ୍ୟଧନ ବାଗଙ୍କୁ ବଲାଙ୍ଗିର ହେଡ ଅଫିସକୁ ଡକାଇଥିଲେ କଂପାନୀର କର୍ମକର୍ତ୍ତା ।
ଦୁଇଦିନ ଧରି ସେମାନଙ୍କୁ ଅଫିସ ଭିତରେ ରଖି ଟଙ୍କା ଅସୁଲି ପାଇଁ ବିଭିନ୍ନ ଉପାୟ ଅବଲମ୍ୱନ କରୁଥିଲେ । କିନ୍ତୁ ଗତକାଲି ଦୁଇଜଣଙ୍କୁ କଂପାନୀର କର୍ମକର୍ତ୍ତା ପ୍ରବଳ ମାଡ ମାରୁଥିବା ନେଇ, ଦୁଇ କର୍ମଚାରୀ ଫୋନ ଯୋଗେ କାନ୍ଦି କାନ୍ଦି ନିଜ ସଂପର୍କୀୟ ମାନଙ୍କୁ ଅନୂରୋଧ କରିଥିଲେ ଗତକାଲି ।
ସଂପର୍କୀୟ ମାନେ ଏନେଇ ବଲାଙ୍ଗିର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟାଉନ ପୋଲିସର ପି.ସି.ଆର ଯାଇ କଂପାନୀ ଅଫିସରେ ଅଟକ ଥିବା ଦୁଇ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଏହା ମାଡପିଟ କରିଥିବା ଅଭିଯୋଗରେ,କଂପାନୀର ଷ୍ଟେଟ କଲେକ୍ସନ ହେଡ ଏବଂ ଏରିଆ, ମ୍ୟାନେଜରଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।
୧୧ ଲକ୍ଷ ଟଙ୍କା ହଡପ କରିଥିବା ବ୍ରାଚଂ ମ୍ୟାନଜର ଚିତ୍ତରଂଜନ ସାଗର ଏବଂ ଦୁର୍ଯ୍ୟୋଧନ ସାଗରଙ୍କ ନାଁରେ ଥାନାରେ କଂପାନୀ ତରଫରୁ ଅଭିଯୋଗ ନକରି, ସେମାନଙ୍କୁ ଅଟକ ରଖି ମାଡ ମାରିବା ଏବେ ମହଙ୍ଗା ପଡିଛି । ଟଙ୍କା ହଡପ କରିଥିବା କର୍ମଚାରୀ ଓଲଟା କପାନୀର କର୍ମକର୍ତ୍ତାଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ॥ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରିବ ତଦନ୍ତ କରୁଛି ଟାଉନ ପୋଲିସ ।