ସୋନପୁର ,କେନାଲ ଆଡି ଭୁଶୁଡ଼ି କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଏବଂ ଜମିର ଉନ୍ନତି କରଣ ପାଇଁ ୩୦ହଜାର ଟଙ୍କା ପ୍ରଦାନ ସହିତ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଓ କିସାନ କଂଗ୍ରେସର ମିଳିତରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।ସୂଚନା ଯୋଗ୍ୟ ଯେ ଗତ ୨୫ତାରିଖ ସକାଳେ ହୀରାକୁଦ ଜଳସେଚିତ ବିନିକା ଅଞ୍ଚଳର ମୁଖ୍ୟ କେନାଲ ଭୀମଟିକିରା ଡିଷ୍ଟିବ୍ୟୁତାରି ୧୭ନଂ ଆର.ଡି ଠାରେ ୨୦ଫୁଟ ଘାଇ ସୃଷ୍ଟି ହେବାରୁ କେନାଲ ପାଣି ନିମିଷକ ମଧ୍ୟରେ ତଳି ଅଞ୍ଚଳ ଚାଷ ଜମିକୁ ମାଡି ଯାଇଥିଲା ।ଫଳରେ ଖରିଫ ଚାଷ ନେଇ ପ୍ରସ୍ତୁତ ଚାଷୀ ତାଙ୍କ ଜମିରେ ପକାଇଥିବା ତଳି,ରୁଆବେଉଶଣ ବର୍ତମାନ ବାଲିଚର ହୋଇ ଯାଇଥିବାରୁ ସେମାନେ ନାହିନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି ।ସେହିପରି ଗତ ୨୫ ଜୁନରୁ କେନାଲ ଯୋଗେ ପାଣି ଛଡା ଯାଇଥିବା ସତ୍ତ୍ବେ ଜୁଲାଇ ଶେଷ ହେବାକୁ ବସିଲାଣି ବିଭାଗୀୟ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ସେଲେଡି ମାଇନର ଠାରୁ ସଂଶାମୁରା ପର୍ଯ୍ୟନ୍ତ କେନାଲରେ ପାଣି ପାଇ ପାରିନାହାନ୍ତି ଚାଷୀ ।ଅନ୍ୟ ପକ୍ଷରେ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା କେନାଲ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ସର୍ବସ ପ୍ରଚାର ହେଉଛି ।ତେଣୁ ଏଭଲି ପରିସ୍ଥିତି ଯଦି ଉପୁଜେ ଏବଂ ବିଭାଗୀୟ କର୍ତୁପକ୍ଷ ପଦକ୍ଷେପ ନ ନିଅନ୍ତି ତେବେ ଦୁନିଆକୁ ଯୋଗାଉଥିବା ଆହାର ଚାଷୀଙ୍କ ଚାଷ କାର୍ଯ୍ୟ ବିଳମ୍ବ ହେବା ସହ ଅମଳ ସମୟରେ ପାଣି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ।ଚାଷ ଆରମ୍ଭ ପୂର୍ବରୁ ଯଦି କେନାଲ ବିଭାଗ କର୍ମଚାରୀ କେନାଲର ରକ୍ଷଣାବେକ୍ଷଣ ଠିକ ଭାବରେ କରନ୍ତେ ତେବେ ଛୋଟ ଗର୍ତ୍ତ ବିପଦ ସୃଷ୍ଟି ନ କରନ୍ତା । ସାମାନ୍ୟ ଗର୍ତ୍ତଟି ଘାଇରେ ପରିଣତ ହେବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା କ୍ଷତିପୂରଣ,ଜମି ଉନ୍ନତି ପାଇଁ ୩୦ହଜାର,ଅବହେଳା କରିଥିବା ଅଧିକାରୀଙ୍କ ଠାରୁ କ୍ଷତିପୂରଣ ଅର୍ଥ ଆଦାୟ ଓ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ।ଯଦି ଉକ୍ତ ସମସ୍ୟା ୧୫ଦିନ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି ।ଜିଲ୍ଲା କିଶାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା,ବ୍ଳକ ସଭାପତି ରବୀନ୍ଦ୍ର ହୋତା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ, ସୋସିଆଲ ମିଡ଼ିଆ ଜିଲ୍ଲା ସଂଯୋଜକ ସୁମନ୍ତ ସାହୁ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଦାବିପତ୍ର ପ୍ରଦାନ ରେ ସାମିଲ ହୋଇଥିଲେ|
Related Stories
November 24, 2024
November 24, 2024