ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିନଗର ସ୍ଥିତ ଗିଫ୍ଟସିଟିରେ ଇଣ୍ଟର ନେଶନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (ଆଇଏଫ୍ଏସ୍ସିଏ) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଗିଫ୍ଟ-ଆଇଏଫ୍ଏସ୍ସିରେ ଭାରତ ପ୍ରଥମ ଆନ୍ତର୍ଜାତିକ ବୁଲିୟନ ଏକ୍ସଚେଞ୍ଜ (ଆଇଆଇବିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ ନେଶନାଲ ଷ୍ଟକ ଏକ୍ସଚେଞ୍ଚର ଆଇଏଫ୍ଏସ୍ସି ଏସ୍ଜିଏକ୍ସ କନେକ୍ଟର ଶୁଭାରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନ ଓ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟମନ୍ତ୍ରୀ, କୂଟନୀତିଜ୍ଞ, ବିଶିଷ୍ଟ ବ୍ୟବସାୟୀ ଓ ଉଦ୍ୟୋଗଜଗତର ନେତାଗଣ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯେ ଆଜିର ଦିନଟି ଭାରତର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଓ ଟେକ୍ନୋଲୋଜି ଶକ୍ତି ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତ ଉପରେ ବିଶ୍ୱର ବିଶ୍ୱାସ ବୃଦ୍ଧିକୁ ଏହା ପ୍ରମାଣିତ କରୁଛି । ଆଜି ଗିଫ୍ଟ ସିଟିରେ ଆଇଏଫ୍ଏସ୍ସିଏର ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି । ଏହି ଭବନ ଦେଖିବାକୁ ଯେପିର ଅତି ପ୍ରକାଣ୍ଡ ଓ କମନୀୟ ହେବ, ଭାରତକୁ ବିଶ୍ୱର ଏକ ପ୍ରମୁଖ ଆର୍ôଥକ ଶକ୍ତିରେ ପରିଣତ କରିବାରେ ସେପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୋର ଆଶା । ଏହି ସଂଗଠନ ଇନୋଭେସନକୁ ପ୍ରୋତ୍ସାହିତ କରି ଅଭିବୃଦ୍ଧିର ବାହକ ହେବ । ଆଜି ଯେଉଁ ପ୍ରତିଷ୍ଠାନ ଓ ଫ୍ଲାଟଫର୍ମ ସବୁ ଉଦ୍ଘାଟିତ ହୋଇଛି ତାହା ୧୩୦କୋଟି ଭାରତୀୟଙ୍କୁ ଆଧୁନିକ ବିଶ୍ୱ ଅର୍ଥନୀତି ସହ ସଂଯୁକ୍ତ କରିବ । ଏବେ ବିଶ୍ୱ ଅର୍ଥନୀତିକୁ ଦିଗ୍ଦର୍ଶନ କରୁଥିବା ଆମେରିକା, ବ୍ରିଟେନ ଓ ସିଙ୍ଗାପରୁ ଭଳି ରାଷ୍ଟ୍ରଙ୍କ ଗହଣରେ ସାମିଲ ହେବାକୁ ଭାରତ ଆରମ୍ଭ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗିଫ୍ଟସିଟି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ବେପାର ବଣିକ ପାଇଁ ଉଦ୍ଦିଷ୍ଟ ନୁହେଁ । ମୂଳରୁ ଏହା ସହିତ ଦେଶର ସାଧାରଣ ଜନତାଙ୍କ ଆଶା ଆକାଂକ୍ଷା ପୂରଣ କରିବାର ଲକ୍ଷ୍ୟ ନିହିତ । ଭାରତର ଭବିଷ୍ୟତର ଲକ୍ଷ୍ୟ ଗିଫ୍ଟି ସିଟି ସହିତ ସମ୍ପୃକ୍ତ ଏବଂ ଭାରତର ସ୍ୱର୍ଣ୍ଣିମ ଅତୀତର ସ୍ୱପ୍ନ ମଧ୍ୟ ଏହା ସହ ଜଡିତ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୮ରେ ସମଗ୍ର ବିଶ୍ୱ ଯେତେବେଳେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିଲା ସେତେବେଳେ ଭାରତରେ ନୀତିଗତ ପକ୍ଷାଘାତର ସ୍ଥିତି ଦେଖାଦେଇଥିଲା । ମାତ୍ର ସେହି ସମୟରେ ଗୁଜରାଟ ନୂଆ ପଦକ୍ଷେପ ମାନ ଗ୍ରହଣ କରିଥିଲା । ଫିନ୍ଟେକ କ୍ଷେତ୍ରରେ ନୂଆ ପ୍ରୟାସ ବଡ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲା । ସେହି ବିଚାର ଓ ପ୍ରୟାସ ସଫଳ ହୋଇ ଆଜି ଏହି ସ୍ଥିତିରେ ପହଞ୍ଚିଥିବାରୁ ମୁଁ ଆନନ୍ଦିତ ।
ସେ ଆହୁରି କହିଥିଲେ ଯେ ଗିଫ୍ଟସିଟି ଏବେ ବାଣିଜ୍ୟ ଓ ଟେକ୍ନୋଲୋଜିର ଏକ ସଫଳ ହକ୍ ଭାବେ ନିଜର ସ୍ଥିତି ଜାହିର କରିଛି । ଏଥିରେ ଉଭୟ ଧନ ଓ ଜ୍ଞାନର ଉପାସନା କରାଯାଉଛି । ଏହା ବୈଶ୍ୱିକ ସେବା ଯୋଗାଣ କ୍ଷେତ୍ରରେ ଭାରତକୁ ଅଗ୍ରଗାମୀ କରାଇବା ନିଶ୍ଚିତ ଆନନ୍ଦର ବିଷୟ । ଏଠାରେ ବିଶ୍ୱର ଶ୍ରେଷ୍ଠ ପ୍ରତିଭା ଓ ମସ୍ତିଷ୍କ ମାନ ନିୟୋଜିତ ଏବଂ ସେମାନେ ନିଜର ଜ୍ଞାନର ଉପଯୋଗ କରି ଧନ ଅର୍ଜନ କରୁଛନ୍ତି । ଅର୍ଥ ଓ ବ୍ୟବସାୟ କ୍ଷେତ୍ରର ଭାରତର ଶ୍ରେଷ୍ଠତାର ପୂର୍ବ ଗୌରବ ଫେରାଇ ଆଣିବାରେ ଗିଫ୍ଟସିଟି ଏକ ମାଧ୍ୟମ ପାଲଟିଛି। ସମୃଦ୍ଧ ଫିନ୍ଟେକ୍ କ୍ଷେତ୍ର କେବଳ ବେପାର ବଣିକକୁ ସୁଗମ କରିବାକୁ ଉଦ୍ଦିଷ୍ଟ ନୁହେଁ, ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପେସାଦାରମାନଙ୍କୁ ଉତ୍ତମ ଜୀବନ ଓ ନୂଆ ସୁଯୋଗ ଯୋଗାଇ ଦେବାକୁ ଅଭିପ୍ରେତ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଗ ବଦଳିବା ସହିତ ଭାରତ ବଦଳୁଛି ଏବଂ ନୂଆ ଭାରତ ବେପାର ବଣିଜ, ଅର୍ଥ, ଟେକ୍ନୋଲୋଜି କ୍ଷେତ୍ରରେ ସମଗ୍ର ବିଶ୍ୱ ସହିତ ଦ୍ରୁତଗତିରେ ଯୋଡି ହେଉଛି । ବିଶ୍ୱ ବଜାର ସହିତ ସମନ୍ୱିତ ହେବା ଉପରେ ଏବେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ ଏବଂ ଏହା ଆମର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ । ଆମେ ମଧ୍ୟ ଏବେ ବିଶ୍ୱବଜାର ଓ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳା ସହିତ ଦ୍ରୁତଗତିରେ ଯୋଡି ହେବାରେ ଲାଗିଛୁ। ଭାରତୀୟ ଆନ୍ତର୍ଜାତିକ ସୁବିଧା ସୁଯୋଗ ସହିତ ସଂଯୋଜିତ ହେବାରେ ଗିଫ୍ଟସିଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ଦ୍ୱାରା ପାଲଟିଛି । ସମଗ୍ର ବିଶ୍ୱ ସହିତ ଆମେ ସଂଯୋଜିତ ହୋଇପାରୁଛୁ ।
ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଏକ ଅନ୍ୟତମ ବୃହତ୍ ଅର୍ଥନୀତି । ଆଗକୁ ଆମ ଅର୍ଥନୀତିର ଆକାର ଆହୁରି ବଡ ହେବ । ସେଥି ପାଇଁ ଆମକୁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡିବ । ଏଥିପାଇଁ ନୂଆ ଅନୁଷ୍ଠାନ, ପ୍ରତିଷ୍ଠାନ ମାନ ଆମର ଲୋଡା; ଯାହା ଆମର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ସହିତ ବିଶ୍ୱ ଅର୍ଥନୈତିକ ଚାହିଦାକୁ ପୂରଣ କରିବାରେ ସମର୍ଥ ହୋଇପାରିବ । ଇଣ୍ଡିଆ ଇଣ୍ଟର ନ୍ୟାସନାଲ ବୁଲିୟନ ଏକ୍ସଚେଞ୍ଚ-ଆଇଆଇବିଏକ୍ସ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଅବସରରେ ସେ ଭାରତୀୟ ମହିଳା ଆର୍ଥିକ ସଶକ୍ତିକରଣରେ ସୁନାର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ପରିଚୟ କେବଳ ଏକ ବଡ ବଜାରରେ ସୀମିତ ହୋଇ ରହିବା ଅନୁଚିତ । ଏହା ବଜାର ନିର୍ମାଣ ବା ମାର୍କେଟ ନିର୍ମାତା ହେବା ଆବଶ୍ୟକ । ଗୋଟିଏ ପଟରେ ଆମେ ସ୍ଥାନୀୟ କଲ୍ୟାଣ ପାଇଁ ବୈଶ୍ୱିକ ପୁଞ୍ଜି ଆଣୁଥିବାବେଳେ ଅନ୍ୟପକ୍ଷରେ ଆମେ ବିଶ୍ୱ କଲ୍ୟାଣ ପାଇଁ ସ୍ଥାନୀୟ