ଭୁବନେଶ୍ୱର, ବିରୋଧୀ ଦଳ ନେତା ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି ଜୟନାରାୟଣ । ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ଘୋଷଣା କରିଛନ୍ତି ।
ବିରୋଧୀ ଦଳ ନେତା ହେବା ପରେ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଦଳ ମୋ ଉପରେ ବିଶ୍ୱାସ କରିଛି । ମୋ ଉପରେ ଦାୟିତ୍ୱ ଦେଇଛି । ମୁଁ ମୋର ଦାୟିତ୍ୱ ଠିକ୍ ଭାବେ ତୁଲାଇବି । ବିରୋଧୀ ଦଳ ନେତା ଭାବେ ଓଡ଼ିଶାର ସ୍ୱରକୁ ବିଧାନସଭାରେ ପହଂଚାଇବି ।
ସୂଚନାଯୋଗ୍ୟ ଯେ ଜୟନାରାୟଣ