ଭୁବନେଶ୍ୱର, ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ ପରିପ୍ରେକ୍ଷିରେ ସିଆଇଟିୟୁ, କୃଷକ ସଭା, କ୍ଷେଜମଜଦୂର ୟୁନିୟନ ପକ୍ଷରୁ ଅଗଷ୍ଟ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ପ୍ରଚାର ଅଭିଯାନ ଓ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି । ସ୍ୱଧୀନତା ଆନ୍ଦୋଳନରେ ଶ୍ରମିକଶ୍ରେଣୀର ଭୂମିକା ଓ ଆଭିମୂଖ୍ୟକୁ ବର୍ତମାନ ପିଢିର ଜନଗଣଙ୍କ ପାଖକୁ ନେଇଯିବାକୁ ତଥା ମୂଲ୍ୟବୃଦ୍ଧି, ନିଯୁକ୍ତି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ,ବାସଗୃହ, ମାଗଣା ଶିକ୍ଷା, ସରକାରୀ କ୍ରୟ ବ୍ୟବସ୍ଥା ସହିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ଋଣଛାଡ, ଶ୍ରମକୋର୍ଡ, ଘରୋଇ କରଣ, ଏମ୍ରେଗା ଯୋଜନାର ପ୍ରସାର, ସାମାଜିକ ନ୍ୟାୟ, ସାଂପ୍ରଦାୟୀକ ବିଭେଦକାରୀ ଶକ୍ତିଙ୍କୁ ପରାସ୍ତ କରି ଜନଗଣଙ୍କ ଏକତାକୁ ତୋଳିଧରିବା ଆଦି ପ୍ରସଙ୍ଗରେ ମିଳିତ କାର୍ଯ୍ୟକ୍ରମ ପାଇଁ ଡାକରା ଦିଆଯାଇଛି ।
ଅଗଷ୍ଟ ୧ ତାରିଖ କ୍ଷେତମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭରେ ସିଆଇଟିୟୁ, କୃଷକସଭା ପକ୍ଷରୁ ସମର୍ଥନ କରିବେ । ଅଗଷ୍ଟ ୯ ଭାରତଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ଅଗଷ୍ଟ ୮ ରେ ରାଜ୍ୟବ୍ୟାପି ତିନୋଟି ସଂଗଠନ ପକ୍ଷରୁ ଜିଲ୍ଲା, ସବ୍ଡିଭିଜନ୍, ବ୍ଲକ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଅଗଷ୍ଟ ୧୪ ସ୍ୱାଧୀନତା ଦିବସର ପ୍ରାକ୍ ସଂଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କର୍ଯ୍ୟକ୍ରମ ସହିତ ସାମୁହୀକ ରାତ୍ରୀ ଜାଗରଣ ସଂଗଠିତ କରାଯିବା ସହିତ ଅଗଷ୍ଟ ୧୫ରେ ପତାକା ଉତୋଳନ କରାଯିବ ।
ଏହି ସମସ୍ତ ପ୍ରଚାର ଓ ଆନ୍ଦୋଳନ ଅଭିଯାନ କାର୍ଯ୍ୟକ୍ରମରେ ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳା, ବୁଦ୍ଧିଜୀବୀ ଦେଶପ୍ରେମୀ ଜନଗଣ ଅଂଶ ଗ୍ରହଣ କରିବାକୁ ତିନି ସଂଗଠନ ପକ୍ଷରୁ ବିନମ୍ର ନିବେଦନ କରାଯାଇଛି ।