ଭୁବନେଶ୍ୱର, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତି ଆଟାଚ୍ କରିଛି ପ୍ରବର୍ତନ ନିର୍ଦେଶାଳୟ ବା ଇଡି । ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କର ଏହି ସମ୍ପତି ଆଟାଚ୍ କରାଯାଇଛି ।
ପ୍ରଭାତରଂଜନ ବିଶ୍ୱାଳଙ୍କର ଏସବିଆଇ କଟକ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଛି । ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଉତର ପ୍ରଦେଶର ନୋଏଡାରେ ଥିବା ମିଡିଆ ଗୁରୁ କନସଲଟାଂଟସ ପ୍ରାଇଭେଟ ଲିମିଟେଡର ସଂପତି ଆଟାଚ୍ କରାଯାଇଛି । ଏହି କଂପାନି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ କିମ୍ବା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ ନୁହେଁ । ଏନଏସଇଆଇ ଏବଂ ଏହିପରି ସର୍ବସାଧାରଣ ଜମା ସଂଗ୍ରହ କରିବାକୁ ଅନୁମତିପ୍ରାପ୍ତ ନୁହେଁ ।
୨୦୦୨ରେ ହୋଇଥିବା ଏତଲା ଆଧାରରେ ଏହି ମାମଲାର ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଓଡ଼ିଶାର କ୍ରାଇମ ବ୍ରାଂଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଦ୍ୱାରା ଚାର୍ଜସିଟ୍ ଦାଖଲ ହୋଇଥିଲା । ଭାରତୀୟ ଏବଂ ବିଭିନ୍ନ ବିଭାଗ ଅଧୀନରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।