କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ନୀତି ଆୟୋଗ ର ଉପାଧ୍ୟକ୍ଷ ଶ୍ରୀ ସୁମନ କୁମାର ବେରୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ପିପିଲି ବ୍ଲକ ର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ର ଅନୁଧ୍ୟାନ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଉପାଧ୍ୟକ୍ଷ ଓ ସଦସ୍ୟ ମାନେ ପିପିଲି ବ୍ଲକ ରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଅଧୀନରେ ପରିଚାଳିତ ମାତୃ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର କାଫେକୁ ସଦସ୍ୟ ମାନେ ପରିଦର୍ଶନ କରିଥିଲେ। ପରେ ପରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପାଣିଦୋଳ ପଞ୍ଚାୟତର ମଠସାହି ଅଗଂନବାଡି କେନ୍ଦ୍ର ଓ ସୁବିଧା କେନ୍ଦ୍ର, ୫ ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତକରଣ ରେ ସାମିଲ ହୋଇଥିବା ଜବାହର ବିଦ୍ୟପୀଠ ଓ ଜଗନ୍ନାଥ ପୁର ପଚାଂୟତ ଅଧୀନରେ ଥିବା ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର କୁ ଉପାଧ୍ୟକ୍ଷ ଓ ସଦସ୍ୟ ମାନେ ପରିଦର୍ଶନ, ଅନୁଧ୍ୟାନ କରିବା ସହ ହିତାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।ଏହି ପରିଦର୍ଶନ ସମୟରେ ଆୟୋଗର ସଦସ୍ୟ ଡଃ ବିନୋଦ କୁମାର ପାଓଲ,ନୀତି ଆୟୋଗର ନିର୍ଦ୍ଦେଶକ ଶ୍ରୀମତୀ ସୁବ୍ରତା ପ୍ରକାଶ, ଉପାଧ୍ୟକ୍ଷ ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଅମିତ ବର୍ମା, ବରିଷ୍ଠ ବିଶେଷଜ୍ଞ ଶ୍ରୀ ରୂପେଶ ସିଂ ଓ ଶ୍ରୀ ପି ଶଙ୍କର ଉପସ୍ଥିତ ଥିଲେ।ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସେକ୍ରେଟାରୀ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା,ମିଶନ ଶକ୍ତି ନିର୍ଦ୍ଦେଶକ ମାନ୍ସି ନିମଭାଲ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ,ଜିଲ୍ଲା ଗ୍ରମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ପିପିଲି ବିଡ଼ିଓ ରଶ୍ମିତା ନାଥ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟ ମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।
Related Stories
November 23, 2024
November 23, 2024
November 23, 2024