ଭୁବନେଶ୍ୱର,ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷ ଶିଳ୍ପ କରିବାକୁ ଇଡକୋ ଠାରୁ ବହୁ ମୂଲ୍ୟର ଜମି ନେଇଛନ୍ତି । ହେଲେ ସେଠାରେ କୌଣସି ପ୍ରକାର ଶିଳ୍ପ କରି ନାହାନ୍ତି । କେଉଁ ମାନେ ସେଠାରେ କୌଣସି ଇନଷ୍ଟିଚ୍ୟୁଟ ଚଳାଉଛନ୍ତି ତ କେଉଁ ମାନେ ଅନ୍ୟ କୌଣସି ଜିନିଷ ଚଳାଉଛନ୍ତି । ଭୁବନେଶ୍ୱର ଉପକଣ୍ଠରେ ଏପରି କାମ ଖୁବ ହୋଇଛି । ଏହାକୁ ନେଇ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଉଦବେଗ ପ୍ରକାଶ କରିବା ସହ ଏଭଳି ଲୋକ ମାନଙ୍କୁ ଦିଆ ଯାଇଥିବା ଜମିକୁ ରଦ୍ଦ କରିବାକୁ ଦାବି କରିଛନ୍ତି । ବିଧାୟକ ଧୃବ ସାହୁଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନ ସମ୍ପର୍କରେ ଆଲୋଚନା ବେଳେ ଶ୍ରୀ ରାଉତରାୟ ଏହା କହିଛନ୍ତି ।
ଏହାର ଉତରରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ ବିଧାୟକଙ୍କ ପକ୍ଷରୁ ନିର୍ଦିଷ୍ଟ ଭାବେ ଅଭିଯୋଗ ଆସିଲେ ତାର ଜାଂଚ କରା ଯିବ ।