
ମାଲକାନଗିରି, ମାଲକାନଗିରି ଜିଲ୍ଲା ପୋଟେରୁ ବୃହତ୍ତ ଜଳସେଚନ ବିଭାଗ ଅଧିନସ୍ଥ ଏମଭି ୭୯ ସବଡିଭିଜନର ଏମପିଭି ୭୫ ଗ୍ରାମ ନିକଟରେ ଆଜି ସକାଳୁ ଗମ୍ପାକୋଣ୍ଡା ମୁଖ୍ୟ କେନାଲରେ ଘାଇ ହୋଇ ୨୦ରୁ ୨୫ ଫୁଟ ଓସାରରେ କେନାଲ ବନ୍ଧ ଭାଙ୍ଗିଯାଇଛି। ଫଳରେ ୫୦ରୁ ୬୦ ଏକର ଚାଷଜମିରେ ପାଣି ମାଡି ଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏପରିକି ୫ ଫୁଟ ଉଚ୍ଚରେ ପାଣି ଧାନ ଚାଷଜମିରେ ଲହଡି ମାରୁଛି । ଚାଷ ଜମିରେ ପାଣି ମାଡି ଧାନ ନଷ୍ଟ ହେବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ଖବର ପାଇ ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସେଠାରେ ପହଞ୍ଚି କେଉଁ ପରିସ୍ଥିତିରେ ଘାଇ ହେଲା ତଦନ୍ତ କରିବାସହ ଘାଇ ହୋଇଥିବା ସ୍ଥାନ କିପରି ବନ୍ଦ କରାଯିବ ସେ ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି।
ଅନ୍ୟପକ୍ଷରେ କେନାଲ ରୋଡ କାମବେଳେ ଉଭୟ ପଟେ ଠିକ ଭାବେ ମାଟି ଫିଲିଙ୍ଗ କରାଯାଇ ନଥିବା ଏବଂ ନିମ୍ନ ମାନର କାମ ଯୋଗୁଁ ଏହିପରି ଘାଇ ହୋଇ କେନାଲ ବନ୍ଦ ଭାଙ୍ଗିଲା ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।