-
ରୋଗ ଅନୁସାରେ ରୋଗୀଙ୍କୁ ଇଞ୍ଜେକସନ ଦିଆଯାଇଥିବା କହିଲେ ଡାକ୍ତର
ଗଞ୍ଜାମ, ବ୍ରହ୍ମପୁର ଏମକେସିଜି ମେଡିକାଲ ମେଡିସିନ ୱାର୍ଡ଼ର ୧ ନମ୍ବର ୟୁନିଟରେ ଆଜି ସକାଳ ପ୍ରାୟ ୬ଟା ସମୟରେ ରୋଗୀମାନଙ୍କୁ ନର୍ସ ଇଞ୍ଜେକସନ ଦେବା ପରେ ସେମାନଙ୍କ ମଧ୍ୟରୁ ୨୧ ଜଣ ରୋଗୀ ଅଧିକ ଅସୁସ୍ଥ ହୋଇପଡିଥିବା ଅଭିଯୋଗ କରିଛନ୍ତି । ପରେ ଅଧିକ ଅସୁସ୍ଥ ଅନୁଭବ କରୁଥିବା ରୋଗୀ ମାନଙ୍କୁ ଅକ୍ସିଜେନ ଦିଆଯାଇଛି । ଜ୍ଵର, ଝାଡ଼ାବାନ୍ତିରେ ଆକ୍ରାନ୍ତ ଏହି ୨୧ ଜଣ ହସ୍ପିଟାଲରେ ଭର୍ତି ହୋଇଥିଲେ ।
ଅନ୍ୟପକ୍ଷରେ ରୋଗ ଅନୁସାରେ ରୋଗୀଙ୍କୁ ଇଞ୍ଜେକସନ ଦିଆଯାଇଥିବା କହିଛନ୍ତି ଡାକ୍ତର ।