
-
ବାପା ପରେ ପୁଅ ମୃତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଗତ ୨୨ ତାରିଖରେ ଘଟିଯାଇଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ପୂର୍ବରୁ ବାପାର ମୃତ୍ୟୁ ଘଟିଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ପୁଅର ମୃତ୍ୟୁ ଘଟିଛି । ଫଳରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।
ଗୁରୁତର ଆହତ ପିତା ଦେବରାଜ ନାୟକଙ୍କ ଏସସିବି ମେଡିକାଲରେ ଗତ ୨୫ ତାରିଖରେ ମୃତ୍ୟୁ ଘଟିଥିଲା । ଏହାପରେ ଆହତ ତାଙ୍କ ସାନପୁଅ ଅଶୋକ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ଏହି ମାମଲାରେ ପୂର୍ବରୁ ବ୍ରହ୍ମପୁର ଇଣ୍ଡେନ ଗ୍ୟାସ୍ ଏଜେନ୍ସୀ ମାଲିକ ତ୍ରିଲୋଚନ ପାଣିଗ୍ରାହୀ ଏବଂ ଏଜେନ୍ସୀର ଡେଲିଭରି ବୟ ତଥା ମୃତକଙ୍କ ବଡପୁଅ ଦୈତାରୀ ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲାରେ ଗତ ୨୫ ତାରିଖରେ ଉଭୟଙ୍କୁ ବ୍ରହ୍ମପୁର ଏସଡିଜେଏମ କୋର୍ଟରୁ ଜାମିନ୍ ମିଳିଛି । ଏ ସଂକ୍ରାନ୍ତରେ ଗୋପାଳପୁର ଥାନାରେ ମାମଲା ରୁଜ୍ଜୁ ହୋଇଛି ।