ରାଉରକେଲା, ପ୍ରେମ ବ୍ୟାପାରରେ ଫସି ନାନା ହଇରାଣ ହରକତ ହେବା ମାମଲାରେ ଗୋଟିଏ ପରିବାରର ଉଭୟ ପତି ପତ୍ନୀ ନିକଟସ୍ଥ ୧୫ ନମ୍ବର ଥାନା ଠାରୁ ଏସପିଙ୍କ ଅଫିସ ଯାଏ ଦଉଡି ଦଉଡି ନୟାନ୍ତ ହେଲେ, ଶେଷରେ ନିକଟରେ ଜଣେ ନୂଆ ଥାନା ବାବୁ ଆସିବା ପରେ ମାମଲାକୁ ନେଇ ଗତକାଲି ସଂପୃକ୍ତ ସ୍ଵାମୀ ସ୍ତ୍ରୀଙ୍କୁ ଡକାଯାଇ ରାତି ୧୦ଟାରେ ଥାନାରୁ ଛଡାଯିବା ପରେ ଆଜି ସଂପୃକ୍ତ ପ୍ରେମିକାଙ୍କ ଜଗନ୍ନାଥ ପଲ୍ଲୀସ୍ଥିତ ଘର ଆଗରୁ ପ୍ରେମିକଙ୍କ ଶବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଶଜନା ଗଛର ପତଳା ଢାଳରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଛି । ମୃତକ ହେଲେ ସେକ୍ଟର ୧୬ ସ୍କୁଲ ବସ୍ତିରେ ରହୁଥିବା ସୋନୁ । ସେ ବିଜୁଳି ମରାମତି କାମ ସାଙ୍ଗକୁ ଏକ ଘରୋଇ ସୁରକ୍ଷା କର୍ମୀ ସଂସ୍ଥାରେ କାମ କରୁଥିଲେ, ତାଙ୍କର ଗୋଟିଏ ପିଲା ଓ ପତ୍ନୀ ରହିଛନ୍ତି ।
ଖବରରୁ ପ୍ରକାଶ ଯେ ,ସେହି ଜଗନ୍ନାଥ ପାଲ୍ଲୀରେ ରହୁଥିବା ଜଣେ ସଂଗୀତ ଶିକ୍ଷକଙ୍କ ପରିବାରର ଜଣେ ଯୁବତୀଙ୍କ ସହ ସେ ମିଳାମିଶା କରୁଥିଲେ। ମିଳା ମିଶା ଭିତରେ ଉଭୟଙ୍କ ସଂପର୍କ ପଦାରେ ପଡିବା ସହ ଉଭୟଙ୍କ ଭିତରେ ପଇସା ପତ୍ର ଆଦିକୁ ନେଇ କେତେକ ଡିଲ ମଧ୍ୟ ହୋଇଥିଲା। ଫଳରେ ଏହାକୁ ନେଇ ଉଭୟଙ୍କ ଭିତରେ କିଛିଟା ବିବାଦ ରହୁଥିଲା। ଏନେଇ ଉଭୟ ମୋବାଇଲର ମେସେଜ ବକ୍ସ ଓ ହ୍ଵାଟ୍ସ ଆପ ମଧ୍ୟ ବ୍ୟବହାର କରିଥିବା ଖବର ମିଳିଛି। ତେବେ ମାମଲା ଅଧିକ ବଢିବାରୁ ଏନେଇ ଉଭୟ ସ୍ଵାମୀ ସ୍ତ୍ରୀ ଥାନାକୁ ଯିବା ସହ ଏସପିଙ୍କ ଅଫିସ ଯାଏ ଯାଇଥିବା ବେଳେ ଏସପି ଅଫିସରୁ ଏହାର ସମାଧାନ ଲାଗି କୁହାଯାଇଥିଲା। ତେବେ ମଝିରେ ଜଣେ ପୁଲିସି ବାବୁ ୫୦ ହଜାର ମାଗି ନପାଇବାରୁ ମାମଲାକୁ ସେମିତି ପକାଇ ରଖାଯାଇଥିଲା ଓ ଶେଷରେ ଏଥିରେ ଜଣକର ଜୀବନ ଗଲା ବୋଲି ସଂପୃକ୍ତ ବସ୍ତି ବାସିନ୍ଦାଙ୍କ ଭିତରେ ଆଲୋଚନା ଚାଲିଛି । ତେବେ ପୁରୁଣା ଥାନା ଅଧିକାରୀଙ୍କର ନିକଟରେ ବଦଳି ହେବା ପରେ ଗତକାଲି ଉଭୟ ପତି ପତ୍ନୀଙ୍କୁ ପୁଲିସି ଡାକି ପଚରା ଉଚରା କରିଥିବା ବେଳେ ଆଜି ଅପରପକ୍ଷର ସଂପୃକ୍ତ ଯୁବତୀଙ୍କୁ ଥାନାକୁ ଡକାଜିବାର ଥିଲା, ତେବେ ବିଳମ୍ବିତ ରାତିରେ ସଂପୃକ୍ତ ଯୁବତୀଙ୍କ ଘର ପାଖରୁ ସୋନୁକୁ ଡକରା ଆସିବା ପରେ ସୋନୁ ସେହି ଅଂଚଳକୁ ଯାଇଥିଲେ, ଆଉ ରାତିରେ ଫେରିନଥିବା ବେଳେ ସକାଳୁ ତାଙ୍କର ରକ୍ତ ଜୁଡୁ ବୁଡୁ ଶବ ମିଳିଥିଲା । ଏହି ଘଟଣାରେ ଉଭୟ ପକ୍ଷ ମୋବାଇଲକୁ ଜବତ କରାଯାଇ, କେଉଁ ବାବୁ ୫୦ ହଜାର ମାଗିଲେ ତାଙ୍କୁ ଠାବ କରି ଅପରପକ୍ଷ ଘର ନିକଟରେ ଥିବା ବସ୍ତିରେ ଥିବା ଲୋକଙ୍କୁ ନେଇ ତଦନ୍ତ କରାଗଲେ ସମସ୍ତ କଥା ପଦାକୁ ଆସିବ ବୋଲି ପୁରାତନ ଅବସରପ୍ରାପ୍ତ ପୁଲିସି ଅଫିସର ମାନେ ମତ ଦେଇଛନ୍ତି । ରାଉରକେଲା ପୁଲିସି ଜିଲ୍ଲାରେ ସାଧାରଣ ଲୋକଙ୍କ କଥା ଏହିଭଳି ଭାବେ ବୁଝିବା, ବଡ ବଡ ବାବୁ ମାନେ ନିଜ ରାସ୍ତାରେ ରହିବା, ମାମଲା ଗଲେ ଏତଲା କାରୀଙ୍କୁ କହିବା ଯେ ବାଡା ପିଟା ହୋଇ ଆସ ଆମେ ବାନ୍ଧିକି ପଠେଇଦେବୁ ଭଳି କରାଯାଉଥିବା କାରବାର ଅଭିଯୋଗକୁ ରାଜ୍ୟ ପୁଲିସି ମୁଖିଆ କେବେ ଦେଖିବେ ଓ ଅକାରଣରେ ଏହିଭଳି ନୀରୀହ ଜୀବନ ଗୁଡିକ ଲୋଟିବା ଅଗରୁ ବଂଚିଜିବ, ଲୋକେ ସରକାରଙ୍କର ସୁନ୍ଦର ଯୋଜନା ମୋ ପୁଲିସି ରୁ କେବେ ସୁବିଧା ପାଇବେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।