ଭୁବନେଶ୍ୱର, ରାଜ୍ୟରେ ବର୍ତମାନ ସୁଦ୍ଧା କୌଣସି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି । ଯେଉଁଠି ଲକ୍ଷଣ ବାହାରୁଛି ପାଖ ଡାକ୍ତରଖାନା ଯାଆନ୍ତୁ, କିମ୍ବା ଆଶା କର୍ମୀ ଏବଂ ଏଏନଏମ କର୍ମୀ ମାନଙ୍କୁ ଖବର ଦେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି ଯେ ମଙ୍କିପକ୍ସ ପାଇଁ ଯେଉଁ ଗାଇଡ ଲାଇନ୍ ଦିଆଯାଇଛି ତାକୁ ନେଇ ସତର୍କ ରହିବା ଆବଶ୍ୟକ । ଯଦି କୌଣସି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନରେ ରୁହନ୍ତୁ । ଯଦି ଜ୍ୱର ହୋଇ ଗଳାରେ ଗୁଳା ହୁଏ, ହାତ ଓ ଗୋଡରେ ଘା ହୋଇ ଫୋଟକା ହୁଏ ତେବେ ସ୍ୱାସ୍ଥ୍ୟ ବିଭାଗକୁ ଜଣାନ୍ତୁ, ଏବଂ ନିଜକୁ ଆଇସୋଲେଟରେ ରୁହନ୍ତୁ ବୋଲି ସେ କହିଛନ୍ତି ।
ରାଜ୍ୟରେ ମୁଖ୍ୟ ହସ୍ପିଟାଲ ମାନଙ୍କରେ ଆଇସୋଲେଟ୍ ବେଡ଼ ରଖାଯାଇଛି । ଯଦି କୌଣସି କାରଣରୁ ଗୁରୁତର ରୋଗୀ ଆସନ୍ତି ତେବେ ସେମାନଙ୍କ ପାଇଁ ଆଇସିୟୁ ବେଡ଼ ରଖାଯାଇଛି । ମଙ୍କିପକ୍ସ ଜଟିଳ ହେଲେ ନିମୋନିଆ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଏ । ଏହାକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା ସହ ଆଇସିୟୁର ମ୍ୟାନେଜମେଂଟ ଆବଶ୍ୟକ ପଡ଼ିଲେ ଅଲଗା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।