-
ବିଶ୍ଵ ହେପାଟାଇଟିସ ଦିବସରେ ସ୍ବର୍ଣ୍ଣପ୍ରସନ ଓ ବୃକ୍ଷରୋପଣ
ଆଜିକାଲି ବଜାର ରେ ମିଳୁଥିବା ଅସ୍ୱାସ୍ଥ୍ୟକର ଖାଦ୍ୟ ବିଶେଷକରି ମଦଯୁକ୍ତ ଓ ବିଶ୍ରାମହୀନ ଜୀବନ ହିଁ ମଣିଷର ଲିଭରକୁ ସଂକ୍ରମଣ କରେ ଏବଂ ମଣିଷ ହେପାଟାଇଟିସ ଭଳି ରୋଗାକ୍ରାନ୍ତ ହୁଏ ବୋଲି କହିଛନ୍ତି ଡାକ୍ତର ଦେବ ଦାସ, ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର ଓ ଡାକ୍ତର ସୌଭାଗ୍ୟ ରଂଜନ ପରିଜା।ବିଶ୍ଵ ହେପାଟାଇଟିସ ଦିବସ ଉପଲକ୍ଷେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ମିଶନ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସେବା ଶିବିର ରେ ତିନିଶହ ରୁ ଅଧିକ ଶିଶୁ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ରୋଗ ପ୍ରତିରୋଧକ ଶକ୍ତି ଓ ମାନସିକ ବିକାଶ ସ୍ବର୍ଣ୍ଣପ୍ରସନ ଡୋଜ ନେଇଥିଲେ। ଜଗନ୍ନାଥ ଓ ଧନ୍ୱନ୍ତରୀଙ୍କ ପ୍ରତିମୃତି ରେ ମାଲ୍ୟାର୍ପଣ ପରେ ମହାବିଦ୍ୟାଳୟ ପରିସରରେ ହେପାଟାଇଟିସ ରୋଗ ନିରାକରଣ ସଂକ୍ରାନ୍ତୀୟ ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ସୁଦର୍ଶନ ବେହେରା, ଡାକ୍ତର ସଂଗୀତା ପୃଷ୍ଟି,ଡାକ୍ତର ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡାକ୍ତର ଅନୁପମା ଦେହୁରୀ, ଡାକ୍ତର ସସ୍ମିତା ପଣ୍ଡା ଓ ଡାକ୍ତର କବିତା ରଥ ଉପସ୍ଥିତ ଥିଲେ । ପରେପରେ ତପୋବନ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣପ୍ରସନ ପ୍ରଦାନ କରାଯାଇଥିଲା।ପ୍ରମୋଦ କୁମାର ଆଚାର୍ଯ୍ୟ ଓ ପ୍ରଧାନ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖୁବ୍ ଶୀଘ୍ର ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ହେପାଟାଇଟିସ ପ୍ରତିରୋଧକ ଶକ୍ତି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଡାକ୍ତର ଦେବ ଦାସ, ବଦ୍ରି ମିଶ୍ର ଓ ମଧୁସୂଦନ ମିଶ୍ର ଜଣାଇଛନ୍ତି।