
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସଂଯୋଜକ(ଓଡ଼ିଶା ମୋ ପରିବାର) ତଥା ପୂର୍ବତନ କର୍ପୋରେଟର ସ୍ବର୍ଗତ ସମୀର ପ୍ରଧାନଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ଓଡ଼ିଶା ମୋ ପରିବାର ର ପୁରୀ ଜିଲ୍ଲା ଯୁଗ୍ମ ସଂଯୋଜକ ଷ୍ଟାଲିନ୍ ପରିଜାଙ୍କ ନେତୃତ୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଓ ନୀରବ ପ୍ରାର୍ଥନା କରାଯାଇଥିଲା। ସମୀରଙ୍କ ସ୍ନେହ,ତ୍ୟାଗ, ଶ୍ରଦ୍ଧା, ଆଦର୍ଶ, ସେବା,ପରୋପକାରିତ, କର୍ତ୍ତବ୍ୟନିଷ୍ଠା ଓ ଆମ ମାନଙ୍କ ପ୍ରତି ଭଲ ପାଇବା ସର୍ବଦା ଚିର ସ୍ମରଣୀୟ ହୋଇରହିବା ସହ ବିଜୁ ଜନତା ଦଳର ଅପୁରଣୀୟ କ୍ଷତି ବୋଲି ମତ ବ୍ୟକ୍ତ କରିଥିଲେ ଶ୍ରୀ ପରିଜା।