ଦିନକୁ ଦିନ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ହେବାର ଲାଗିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏଭଳି ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଅସହାୟ କରିଦେଇଛି କିନ୍ତୁ ସରକାର ଏଥିପ୍ରତି ଚିନ୍ତିତ ନାହାନ୍ତି । କେବଳ ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଏକ ପ୍ରକାର ଲୁଟିବା ରେ ବ୍ୟସ୍ତ ଅଛନ୍ତି । ଅନ୍ୟପଟେ କେନ୍ଦ୍ରସରକାର ଅତି ଆବଶ୍ୟକ ଖାଦ୍ୟ ପଦାର୍ଥ ଉପରେ GST ଲଗେଇ ଲୋକଙ୍କୁ ମହଙ୍ଗା ବୋଝ ଦେଇଛନ୍ତି ତେଣୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ଏବଂ ଚୁଡା, ମୁଢ଼ି , ଗୁଡ଼ ଭଳି ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଉପରେ GST ଲାଗୁ କରୁଛନ୍ତି । ଏହାକୁ ବିରୋଧ କରି ମଙ୍ଗଳବାର ଦିନ ୧୧ ଟା ସମୟରେ ଆମ୍ ଆଦ୍ମୀ ପାର୍ଟି ତରଫରୁ ବଳଗଣ୍ଡି ଛକରେ ଭାଜପା ମୁଖ୍ୟନେତା ନରେନ୍ଦ୍ର ମୋଦୀ , ଭାଜପା ପୁରୀ ସାଂସଦ ପ୍ରାର୍ଥି ସମ୍ବିତ ପାତ୍ର , ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ଭାଜପାର କେନ୍ଦ୍ରୀୟ ନେତୃମଣ୍ଡଳ ଙ୍କ ଫଟୋ ରେ କାଳୀ ବୋଳି ସେମାନଙ୍କୁ GST ରାକ୍ଷସ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରାଯାଇଛି । ଗ୍ୟାସ ବର୍ଦ୍ଧିତ ଦର , ପେଟ୍ରୋଲ ଦର ଏବଂ GST କିପରି ଲୋକଙ୍କୁ ଅତିଷ୍ଠ କରିଛି ଆଉ ବୋଝ ହୋଇପଡିଛି ତାହା ବଡ଼ଦାଣ୍ଡରେ ଅଭିନୟ ମାଧ୍ୟମରେ ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି। ଆଗକୁ ଯଦି କେନ୍ଦ୍ରସରକାର GST ନ ହଟାନ୍ତି କିମ୍ବା ଗ୍ୟାସ୍ ଦର କମ୍ ନକରନ୍ତି ତେବେ ଆମ୍ ଆଦ୍ମୀ ପାର୍ଟି ଏହି ବିରୋଧ କୁ ଜୋରଦାର କରିବା ସହ ଭାଜପା ନେତାଙ୍କୁ ଏହି ବିରୋଧ ର ସମ୍ମୁଖୀନ ହେବାକୁ ପଡିବ ବୋଲି ଚେତେଇ ଦିଆଯାଇଛି । ଏହାପରେ ପ୍ରଥମ ଥର ଓଡ଼ିଶାର ମହିଳା ଆଦିବାସୀ ଭାବେ ନିର୍ବାଚିତ ହୋଇଥିବା ମହାମହିମ ରାଷ୍ଟ୍ରପତି ମହୋଦୟା ଦୌପଦୀ ମୁର୍ମୁ ଙ୍କୁ ଶୁଭେଚ୍ଛା ସହ ଓଡ଼ିଶାର ଜନସାଧାରଣଙ୍କ ଅବସ୍ଥା ଚିନ୍ତା କରି କେନ୍ଦ୍ରସରକାରଙ୍କ ଦରଦାମ ବୃଦ୍ଧି ଏବଂ GST ଲାଗୁ ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ ପତ୍ର ପୁରୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ଏହି ବିରୋଧ ପ୍ରଦର୍ଶନ ରେ ଜିଲ୍ଲା ଆବାହକ(ରାଜ୍ୟ ମୁଖପାତ୍ର) ସଞ୍ଜୀବ ମହାନ୍ତି , ଜିଲ୍ଲା ସମ୍ପାଦକ (ରାଜ୍ୟ ମୁଖପାତ୍ର) ସତ୍ୟଜିତ ମହାନ୍ତି , ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ପାର୍ବତୀ ପ୍ରଧାନ , ଜିଲ୍ଲା ମହିଳା ଉପସଭାପତି ଶ୍ରୀମତୀ ଚିନ୍ମୟୀ ରଥ , ଜିଲ୍ଲା ମହିଳା ସମ୍ପାଦକ ତପସ୍ଵିନୀ ଜଗଦେବ , ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ପୁରୀ ପୌରପାଳିକା ଆପ୍ ଅଧ୍ୟକ ଅନିଲ କୁମାର ସେନାପତି, ମିଡିଆ ସଂଯୋଜକ ସମୀର ସାମନ୍ତରାୟ, ଜିଲ୍ଲା ଯୁବ ସମ୍ପାଦକ ସୁନିଲ ଜେନା , ଯୁବ ସଂଗଠକ ସୁଧାଂଶୁ ଶେଖର , ରାଜେଶ୍ ପଣ୍ଡା , ଯୁଧିଷ୍ଠିର ବାରିକ , ଶୋଭନ ବାରିକ , ଶ୍ରୀମତୀ ରିତାଞ୍ଜଳି ପ୍ରଧାନ , ଭାଗବତ ପ୍ରଧାନ , ରଞ୍ଜନ ପ୍ରଧାନ , ପ୍ରକାଶ ପ୍ରଧାନ , ଅଭିଷେକ ପାଣିଗ୍ରାହୀ , ପ୍ରଦୀପ ପ୍ରଧାନ ଆଦି ପ୍ରମୁଖ ସଦସ୍ୟ ଯୋଗଦେଇଥିଲେ ।
Related Stories
November 24, 2024
November 24, 2024