
ଭୁବନେଶ୍ୱର – ଶକ୍ତି, ଶିଳ୍ପ, ଏମଏସଏମଇ, ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଅପରାହ୍ନରେ ଅଚାନକ ଭୁବନେଶ୍ୱର ଦମକଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ବିପର୍ଯ୍ୟୟ ସମୟରେ ବ୍ରବହାର ହେଉଥିବା ଇନ୍ଫ୍ଲାଟେବୁଳ୍ ଟାଓ୍ାର ଲାଇଟ୍, ବଡ଼ ବଡ଼ ଗଛ କାଟିବା ପାଇଁ ବ୍ୟବହତୃ ଯନ୍ତ୍ରଚାଳିତ କରତ, କଂକ୍ରିଟ୍ କଟର, ଲିଫଟିଂ ବ୍ୟାଗ, ଦୁର୍ଘଟଣା ଓ ବିପର୍ଯ୍ୟୟ ସମୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି, କୁଇକ୍ ରେସପନ୍ସ ୟୁନିଟ୍ ଆଦି କିପରି କାର୍ଯ୍ୟ କରୁଛି ସେ ବିଷୟରେ ଅବଗତ ହୋଇଥିଲେ । ଫାୟାର କଂଟ୍ରୋଲ ରୁମ୍ ପରିଦର୍ଶନ କରିବା ସହିତ ବିମାନ ବନ୍ଦର ଓ ଆରବିଆଇ ସହ ଭୁବନେଶ୍ୱର ଦମକଳ କେନ୍ଦ୍ରର ଯୋଗାଯୋଗ ବ୍ୟବସ୍ଥା ଯାଂଚ କରିଥିଲେ । ବିଭିନ୍ନ ଆଡ଼ୁ ଆସୁଥିବା ଜରୁରୀ କଲ୍ ଗ୍ରହଣ ଏବଂ ତତ୍କ୍ଷଣାତ୍ କାର୍ଯ୍ୟାରମ୍ଭ ସହ ସରକାରଙ୍କ ଦ୍ୱାରା କରାଯାଇଥିବା ୫ ଟି ବ୍ୟବସ୍ଥା ଦମକଳ କେନ୍ଦ୍ରରେ କେତେ କାର୍ଯ୍ୟକାରୀ ହେଉଛି ସେ ବିଷୟରେ ମନ୍ତ୍ରୀ କ୍ୟାପ୍ଟେନ ମିଶ୍ର ତଦାରଖ କରିଥିଲେ ।
ଏଥି ସହିତ ୨୨ ମହଲା ପର୍ଯ୍ୟନ୍ତ ଉପରକୁ ଯାଇ ନିଆଁ ଲିଭାଇବା ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହେଉଥିବା ହାଇଡ୍ରୋଲିକ୍ ସ୍କାଏ ଲିଫଟରେ ନିଜେ ଉପରକୁ ଯିବା ସହିତ ଏହା କିପରି କାର୍ଯ୍ୟ କରୁଛି ତାହା ପଚାରି ବୁଝିଥିଲେ । ଏହି ସମୟରେ କର୍ମଚାରୀଙ୍କ କାର୍ଯ୍ୟ ଓ ତପôରତା ଦେଖି ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।
ପରିଦର୍ଶନ ସମୟରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ସହ ସମୟୋପଯୋଗୀ ସରଂଜାମ ବ୍ୟବହାର ଉପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ଗୁରୁତ୍ୱ ଦେଇଥିଲେ । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ଉପ ଅଗ୍ନିଶମ ଅଧିକାରୀ, ଭୁବନୋ୍ବର ସର୍କଲ ରମେଶ ଚନ୍ଦ୍ର ମାଝୀ ଏବଂ ସହକାରୀ ଅଗ୍ନିଶମ ଅଧିକାରୀ, ଭୁବନେଶ୍ୱର ପ୍ରସନ୍ନ କୁମାର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।