ମାଲକାନଗିରି, ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞ।ନ ପରୀକ୍ଷା ଫଳ ପ୍ରକାଶ ପାଇଛି । ସେହି ଫଳାଫଳ ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଘଡେଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଫଳତା ପାଇଛି । ଯୁକ୍ତ ଦୁଇ ଫଳାଫଳର ଇତିହାସକୁ ଦୋହରାଇ ଶହେ ଶତକଡ଼ା ଉତ୍ତୀର୍ଣ୍ଣ ହାର ହାସଲ କରିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଉକ୍ତ ଶିକ୍ଷା ଅନୁଷ୍ଠାନର ବିଜ୍ଞାନ ବିଭାଗରେ ସର୍ବମୋଟ ୨୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୪ ଜଣ ପ୍ରଥମ ଶ୍ରେଣୀରେ, ୩୭ ଜଣ ଦ୍ଵିତୀୟ ଶ୍ରେଣୀରେ ଓ ତୃତୀୟ ଶ୍ରେଣୀରେ ୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ହେମନ୍ତ କୁମାର ପଣ୍ଡା ( ୯୩.୭ ୦ ପ୍ରତିଶତ ) ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରି କଲେଜ ଟପ୍ପର ହୋଇଛନ୍ତି । ୯୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ୫ ଜଣ ଆଣିଥିବା ବେଳେ ୮୦ ପ୍ରତିଶତ ମାର୍କ ୨୯ ଜଣ ଓ ୬୦ ପ୍ରତିଶତ ମାର୍କ ୧୩୦ ଜଣ ଆଣିଛନ୍ତି । ଅନୁଷ୍ଠାନର ଏହି ସଫଳତା ପାଇଁ ଏହାର ନିର୍ଦେଶକ ସୁରେଶ ଚନ୍ଦ୍ର ଘଡେଇ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।