
ମାଲକାନଗିରି, ମାଲକାନଗରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜିଲ୍ଲାପାଳ ବିଶାଲ ସିଂ ଓ ଅବକାରୀ ଅଧିକ୍ଷକ ଅରୁଣ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ବାଲିମେଳା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଡଙ୍ଗାକୁଣ୍ଡ ଗ୍ରାମରେ ଚଢଉ କରିଥିଲେ । ଉକ୍ତ ଗ୍ରାମର ମଙ୍ଗୁଳି ଭୂମିୟା ନାମକ ଜଣେ ମହିଳାଙ୍କ ଘରେ ଗଞ୍ଜେଇ ଗଚ୍ଛିତ ଥିବା ଜାଣି ଉକ୍ତ ଘର ଉପରେ ଚଢଉ କରି ଗଞ୍ଜେଇ ଜବତ କରିବା ସହ ମହିଳାଙ୍କୁ ଗିରଫ କରିଛନ୍ତି । ଜବତ ଗଞ୍ଜେଇ ୩୦୦ କେଜି ଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗିରଫ ମହିଳାଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।