
କନ୍ଧମାଳ, ଗୁରୁବାର କନ୍ଧମାଳ ଜିଲ୍ଲାରେ ନୂଆ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ପାଖା ପାଖି ଶହେରୁ ଉର୍ଦ୍ଧରେ ପହଞ୍ଚିଲାଣି। ଜିଲ୍ଲା ପ୍ରଶାସନର କଟକଣା ନଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି । କେହି ବି କରୋନା କଟକଣା ମାନୁନାହାନ୍ତି । କାଁ ଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ଦେଖାଯାଉଛି। କରୋନା ବୁଷ୍ଟର ଡୋଜ ପାଇଁ ସ୍ଵାସ୍ଥ୍ୟ ବିଭାଗ ସଚେତନ କରୁଛି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଶ୍ରାବଣ ମାସ, ବୋଲବମ ଭକ୍ତଙ୍କ ଭିଡ। ପୁଣି ବର୍ଷା ଦିନ । ଏଣୁ ଆଗକୁ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଵାର ଆଶଙ୍କା ରହିଛି । ପ୍ରଶାସନ ସଜାଗ ହୋଇ ଗ୍ରାମରୁ ସହର ଯାଏ କରୋନା ସଚେତନତା ସୃଷ୍ଟି କରିବାକୁ ଦାବୀ ହେଉଛି । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ପ୍ରତି ସତର୍କ ଦୃଷ୍ଟି ରଖିବା ଜରୁରୀ ।