କେନ୍ଦ୍ରାପଡ଼ା, ୨୦ ହଜାର ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସଞ୍ଜୀବ ସିଂ । ଜଣକ ବଦଳି କରାଇବାକୁ ସେ ନିଜ କାର୍ଯ୍ୟାଳୟରେ ଆଜି ଏହି ଲାଂଚ ନେଉଥିବା ବେଳେ ଧରାପଡିଛନ୍ତି । ଏହାପରେ ତାଙ୍କ କେନ୍ଦ୍ରାପଡ଼ା ସ୍ଥିତ ଭଡ଼ାଘର, ବାଲେଶ୍ଵର ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ତେବେ ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ଅନ୍ୟପକ୍ଷରେ ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ଶେଷରେ ସେ ଚାକିରୀରୁ ଅବସରଗ୍ରହଣ କରିଥାନ୍ତେ, ହେଲେ ଏଥି ପୂର୍ବରୁ ଭିଜିଲାନ୍ସ ହାତରେ ଲାଂଚ ନେବା ବେଳେ ଧରାପଡିଛନ୍ତି ।